୮ ମାସର ଶିଶୁକୁ ଚେଙ୍କ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ୍): ହଟୁନି ଅନ୍ଧବିଶ୍ୱାସ । ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ମନରୁ ଦୂରେଇପାରୁନି । ରୋଗ ହେଲେ ଦିଶାରୀ, ଗୁଣିଆଙ୍କ ପାଖକୁ ନିଆଯାଇ ଦିଆଯାଉଛି ଯନ୍ତ୍ରଣାଦାୟକ ଚେଙ୍କ । ଅବସ୍ଥା ଗୁରୁତର ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି । ଜଣେ ୮ମାସର ଶିଶୁକୁ ଚେଙ୍କ ଦେବା ପରେ ଗୁରୁତର ହେବାରୁ ତାକୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି ।
ଘଟଣାରୁ ପ୍ରକାଶ ଯେ, ଉମରକୋଟ ସୀମାନ୍ତ ବଡଗାଁର ଶ୍ରୀରାମ ରାଠୋର ଓ ସଞ୍ଜିତାଙ୍କ ୮ମାସର ଶୁଶୁପୁତକୁ ଥଣ୍ଡା ଓ ଜ୍ୱର ହୋଇଥିଲା । ଶିଶୁକୁ ସମ୍ପୃକ୍ତ ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଭଲ ନହେବାରୁ ଶିଶୁର ଜେଜେମା’ କଚିଲାବାଈ ଗଣ୍ଡ ଶିଶୁର ପେଟରେ ତିନିଜାଗାରେ ଚେଙ୍କ ଦେଇଥିଲେ । ଚେଙ୍କ ଦେବା ପରେ ମଧ୍ୟ ଶିଶୁର ଜ୍ୱର କିମ୍ବା ଥଣ୍ଡା ଛାଡି ନଥିଲା । ଅବସ୍ଥା ଆହୁରି ସଂଗୀନ ହେବାରୁ ଶିଶୁକୁ ପରିବାର ଲୋକେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପରୀକ୍ଷା ପରେ ଶିଶୁକୁ ନିମୋନିଆ ହୋଇଥିବା ଡାକ୍ତର କହିଛନ୍ତି । ବର୍ତ୍ତମାନ ନିମୋନିଆର ଚିକିତ୍ସା ଚାଲିଛି । ଶିଶୁର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons