୮ ଲକ୍ଷ ଜଳବନ୍ଦୀ, ୧୬ ମୃତୁ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବନ୍ୟା ମୁକାବିଲା ପାଇଁ ୬ ଜଣ ବରିÂ ଆଇଏଏସ୍ଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ୍ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଦେଓରଂଜନ କୁମାର ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପ୍ରସାଦ ସେଠୀଙ୍କୁ ଭଦ୍ରକ, ବୀରବିକ୍ରମ ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ବନ୍ୟା ସ୍ଥିତି ଓ ସମ୍ଭାବ୍ୟ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଓ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି ମିଳିତ ଭାବେ ସମୀକ୍ଷା କରିଥିଲେ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ୟା ସ୍ଥିତି ବାବଦରେ ଆଲୋଚନା ହୋଇଥିଲା ।
ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ପ୍ରାରମ୍ଭିକ ଆକଳନ ଅନୁଯାୟୀ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି । କାନ୍ଥ ପଡ଼ି, ପାଣିରେ ବୁଡ଼ି କିମ୍ବା ପାଣିରେ ଭାସି ଏଯାବତ୍ ୧୬ଜଣଙ୍କ ମୃତୁ୍ୟ ହୋଇଛି । ଚଳିତ ବନ୍ୟାରେ ୩ ଲକ୍ଷ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି । ୨ରୁ ୩ ଲକ୍ଷ ହେକ୍ଟର ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ୮ ହଜାର ଘର ଭାଙ୍ଗିଛି ।
ଏସ୍ଆର୍ସି କହିଛନ୍ତି, ପାଣି ଛାଡ଼ିଲେ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ କୃଷି ବିଭାଗକୁ କୁହାଯାଇଛି । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ।
ବନ୍ୟା ମୁକାବିଲା ପାଇଁ ବର୍ତ୍ତମାନ ୧୪ଟି ଓଡ୍ରାଫ୍ ଟିମ୍, ୧୫ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଓ ୧୯ଟି ଅଗ୍ନିଶମ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି ।
ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ଭଦ୍ରକରେ ବୈତରଣୀ ଜଳସ୍ତର ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସୁଧୁରିବା ଆଶା କରାଯାଉଛି । ୬୧୦ଟି ଗାଁ ପ୍ରଭାବିତ ହୋଇଛି ବନ୍ୟାରେ ।
ଯାଜପୁର ସ୍ଥିତି ଏବେ ବି ସଙ୍ଗୀନ ରହିଛି । ଜିଲ୍ଲାରେ ୨୬ଟି ଘାଇ ହୋଇଛି । ୫୬୦ ଗାଁ ପ୍ରଭାବିତ ହୋଇଛି ବନ୍ୟାରେ । ୫୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ ଯୋଗୁ ଗୋଟିଏ ଛୋଟିଆ ଘାଇ ହୋଇଛି । ଆଳି, ଡେରାବିଶର କିଛି ଅଞ୍ଚଳରେ ପାଣି ପଶିଛି । ରାସ୍ତା ବି ବୁଡ଼ିଛି । ବ୍ରାହ୍ମଣୀରେ ଆହୁରି ୨୪ ଘଣ୍ଟା ବନ୍ୟା ସ୍ଥିତି ଗୁରୁତ୍ୱପୂର୍ଣ୍ଣ । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଖସୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons