୮ ଶ୍ରେଣୀ, ୨୫୬ ପିଲା, ଜଣେ ଶିକ୍ଷକ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ୮ଟି ଶ୍ରେଣୀ । ୨୫୬ ପିଲା । ଜଣେ ଶିକ୍ଷକ । ସେ ପୁଣି ପ୍ରଧାନଶିକ୍ଷକ । ପାଠପଢା ସାଙ୍ଗକୁ ପ୍ରଶାସନିକ କାର୍ଯ୍ୟର ଭାର । ଏଥିରୁ ସ୍ୱଷ୍ଟ ହେଉଛି ଯେ, କେମିତି ଚାଲିଥିବ ଶିକ୍ଷାଦାନ । ଏମିତି ସ୍ଥିତି କାଶୀପୁର ବ୍ଲକ ଚନ୍ଦ୍ରଗିରି ଉଚ୍ଚପ୍ରାଥମିକ ବିଦ୍ୟାଳୟର । ସବୁଠୁ ବଡ଼ କଥା ହେଲା, ପ୍ରଧାନଶିକ୍ଷକ ଛୁଟିରେ ଗଲେ ଅଘୋଷିତ ଭାବେ ବନ୍ଦ ରହିଥାଏ ସ୍କୁଲ । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ । ସରକାରୀ ଶିକ୍ଷା ବ୍ୟବସ୍ଥା ଉପରୁ ଏଇଥିପାଇଁ ମୁହଁ ମୋଡୁଛନ୍ତି । ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରେ ୧୬, ଦ୍ୱିତୀୟରେ ୨୬, ତୃତୀୟରେ ୧୬, ଚତୁର୍ଥରେ ୩୫, ପଞ୍ଚମରେ ୩୦, ଷଷ୍ଠରେ ୪୬, ସପ୍ତମରେ ୪୩ ଓ ଅଷ୍ଟମରେ ୪୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ପରି ମୋଟ ୨୫୬ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି । ସରକାରଙ୍କ ପକ୍ଷରୁ ଜଣେ ପ୍ରଧାନଶିକ୍ଷକ ଓ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣେ ଲମ୍ବା ଛୁଟିରେ ରହିଥିବା ବେଳେ ଅନ୍ୟ ଜଣେ ବିଦ୍ୟାଳୟକୁ ମୋଟେ ଆସୁ ନାହାନ୍ତି । ସପ୍ତାହରେ ଗୋଟିଏ ଦିନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସୁଥିବା ଖୋଦ୍ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗତ ଜୁଲାଇ ୧୮ତାରିଖରେ ଏକ ବୈଠକ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons