ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍): ଅସ୍ତରଙ୍ଗ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଜଣେ ଅମିନ ଅସ୍ତରଙ୍ଗ ସାନନୟାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘରଭଙ୍ଗା ସାହାଯ୍ୟ କରାଇ ଦେବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଓ ପୁରୀ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି ।
ଖବରରୁ ପ୍ରକାଶ ଯେ, ଅସ୍ତରଙ୍ଗ ଗ୍ରାମର ସର୍ବେଶ୍ୱର ଓଝାଙ୍କ ଘର ଗତବର୍ଷ ଫୋନି ବାତ୍ୟାରେ ଭାଙ୍ଗି ଯାଇଥିଲା । ସେ ଘରଭଙ୍ଗା ସାହାଯ୍ୟ ପାଇବା ପାଇଁ ଆର୍ଆଇଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ହେଁ ଏଥିରୁ ବଂଚିତ ହୋଇଥିଲେ । ଚଳିତ ଅମ୍ପନ୍ ବାତ୍ୟାରେ ମଧ୍ୟ ତାଙ୍କ ଘର ପୁଣି କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ସେ କ୍ଷତିପୂରଣ ପାଇବା ନିମନ୍ତେ ପୁନର୍ବାର ଅସ୍ତରଙ୍ଗ ଆର୍ଆଇ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏ ନେଇ ସେ ଅସ୍ତରଙ୍ଗ ରାଜସ୍ୱ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମିନ ଭାରପ୍ରାପ୍ତ ଆର୍ଆଇ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଭେଟିଥିଲେ । ଅମିନ ଶ୍ରୀ ବେହେରା ତାଙ୍କୁ ୧୨ ହଜାର ଟଙ୍କା ଦେଲେ ସେ ଘରଭଙ୍ଗା ବାବଦରେ ୯୫,୧୦୦ ଟଙ୍କା ପାଇବେ ବୋଲି କହିଥିଲେ । ସର୍ବେଶ୍ୱର ୧୨ ହଜାର ଟଙ୍କାରୁ ୮ ହଜାର ଟଙ୍କା ସୋମବାର ଓ ବାକି ୪ ହଜାର କିଛି ଦିନ ପରେ ଦେବେ ବୋଲି କହିଥିଲେ । ଏହା ପରେ ସର୍ବେଶ୍ୱର ଭୁବନେଶ୍ୱର ଭିଜିଲାନ୍ସ ଏସ୍ପି ତଥା ପୁରୀ ଜିଲ୍ଲାର ପୂର୍ବତନ ଏସ୍ପି ଡ. ସାର୍ଥକ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡ.ଷଡ଼ଙ୍ଗୀଙ୍କ ନିଦେ୍ର୍ଧଶକ୍ରମେ ଭୁବନେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ମନମୋହନ ପ୍ରଧାନ, ଅଶୋକ କୁମାର ବେରୁଆ, ଶିବନାରାୟଣ ଭଦ୍ର ଓ ଷ୍ଟାଫ୍୍ ଜୟକୃଷ୍ଣ ପ୍ରଧାନଙ୍କ ସମେତ ସରକାରୀ ସାକ୍ଷୀ ୨ ଜଣଙ୍କୁ ମିଶାଇ ୭ ଜଣ ଅସ୍ତରଙ୍ଗରେ ପହଞ୍ଚôଥିଲେ । ପୂର୍ବ ଯୋଜନା ମୁତାବକ ସର୍ବେଶ୍ୱର ଅପରାହ୍ନ ପ୍ରାୟ ୧ଟାରେ ଆର୍ଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚô ଅମିନ ଶ୍ରୀ ବେହେରାଙ୍କୁ କେମିକାଲ ବୋଳା ଯାଇଥିବା ୮ ହଜାର ଟଙ୍କା ଦେଇଥିଲେ । ତେବେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ପ୍ରଫୁଲ୍ଲଙ୍କୁ କାବୁ କରିବା ସହ ତାଙ୍କ ଠାରୁ ୮ ହଜାର ଟଙ୍କା ଜବତ କରିଥିଲେ । ଏହା ପରେ ତାଙ୍କର ହାତ ଓ ପ୍ୟାଣ୍ଟ ପକେଟ୍ ଧୁଆଯିବାରୁ କେମିକାଲ ମିଶି୍ରତ ପାଣି ବାହାରିଥିଲା । ଅଧିକାରୀମାନେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ପୁରୀ ନେଇଯାଇଥିବା ଜଣାପଡ଼ିଛି । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ଏକ ମାମଲା(କେସ୍ ନଂ. ୧୬/୨୦୨୦) ରୁଜୁ ହୋଇଛି । ପ୍ରକାଶଯୋଗ୍ୟ ଯେ, ୫ ବର୍ଷ ତଳେ ଏହି କାର୍ଯ୍ୟାଳୟର ଜଣେ ଆର୍ଆଇ ସେହି ସର୍ବେଶ୍ୱର ଓଝାଙ୍କ ଠାରୁ ତାଙ୍କର ଜମିଜମା ମାମଲା ଫଇସଲା କରିବା ନିମନ୍ତେ ଅଢେ଼ଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରିଫ ହେବା ସହ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ଏତଦ୍ବ୍ୟତୀତ ତହସିଲ କାର୍ଯ୍ୟାଳୟର ଜଣେ କିରାଣି ମଧ୍ୟ ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିଲେ ।
Comments are closed, but trackbacks and pingbacks are open.