୯ଟି ଶ୍ରେଣୀ ଗୃହରୁ ୫ ଭଙ୍ଗା:ବିପଦରେ ଛାତ୍ରଛାତ୍ରୀ, ପ୍ରଶାସନ ନିଘାନାହିଁ

Get real time updates directly on you device, subscribe now.

ବାସୁଦେବପୁର,(ବି.ବି.ନୁ୍ୟଜ୍): ବାସୁଦେବପୁର ମୁ୍ୟନିସିପାଲିଟି ୧୦ ନମ୍ବର ୱାର୍ଡର ସରକାରୀ ବାଲିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ ୧୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଥିରେ ୮ ଜଣ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ଏହି ବିଦ୍ୟାଳୟଟିରେ ଶ୍ରେଣୀ ଗୃହର ଅଭାବ ଦେଖିବାକୁ ମିଳିଛି । ୯ଟି ଶ୍ରେଣୀ ଗୃହରୁ ୫ଟି ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ ବି ଶ୍ରେଣୀଗୃହ ଅଭାବରୁ ବସି ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି ।
ବିଦ୍ୟାଳୟଟିର ୫ଟି ଶ୍ରେଣୀ ଗୃହ ଆଜବେଷ୍ଟ ହୋଇଥିବାରୁ କେଉଁଠି ଛପର ଉଡ଼ିଗଲାଣିତ ଆଉ କେଉଁଠି ଅର୍ଦ୍ଧଭଗ୍ନ ଅବସ୍ତାରେ ଦେଖିବାକୁ ମିଳିଛି । କେତେକ ଗୃହର କାନ୍ଥ ଫାଟି ଅାଁ କରିଛି । ଯେଉଁଥିରେ ଜୀବ ଜନ୍ତୁ ମାନଙ୍କ ବାସସ୍ଥଳି ପାଲଟିଛି । ଏନେଇ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁବାସ ଚନ୍ଦ୍ର ବାରିକ୍ କହନ୍ତି, ବିଦ୍ୟାଳୟଟି ୧୯୬୭ ମସିହାରୁ ସ୍ଥାପିତ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏହାର ଶ୍ରେଣୀ ଗୃହର ସୁବିଧା ହୋଇପାରିଲା ନାହିଁ । ଯେଉଁଥି ପାଇଁ ପିଲା ମାନେ ବର୍ଷା ଦିନେ ବାରଣ୍ଡାରେ ବସି ପାଠ ପଢନ୍ତି ଓ ଗୋଟିଏ କୋଠରୀରେ ଦୁଇ ଦୁଇଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଏପରିକି ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହିତ ପଞ୍ଚମ ଓ ଚତୁର୍ଥ ଶ୍ରେଣୀ ପିଲା ଗୋଟିଏ ଗୋଟିଏ ଘରେ ବସି ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଏ ସମସ୍ୟା ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କହନ୍ତି, ବ୍ଲକ ଶିକ୍ଷାଧିକାରୀ ସହିତ ବିଦ୍ୟାଳୟ ବିଭାଗର କନିଷ୍ଟ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ତାହାର ଆଶୁ ସମାଧାନ ହୋଇପାରି ନାହିଁ । ବିଦ୍ୟାଳୟ ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ବିଦ୍ୟାଳୟ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଛି । ଗଣ ଶିକ୍ଷା ବିଭାଗ ବିଦ୍ୟାଳୟ ନବିକରଣ କରୁଥିବା ବେଳେ ଏପରି ଏକ ସର୍ବ ପୁରାତନ ବିଦ୍ୟାଳୟ ଉନ୍ନତି କରଣ ନିମନ୍ତେ କେବେ ପ୍ରଶାସନ ଦୃଷ୍ଟି ପଡିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons