ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ବ୍ଲକ ପେନାଯୋର ସଂରକ୍ଷିତ ଜଙ୍ଗଲ ଭିତରୁ ୯୨ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ । ଜଙ୍ଗଲ ଭିତରେ କଣ୍ଟାମାଳ ଅଞ୍ଚଳରେ ଏହି ବେଆଇନ ଗଞ୍ଜେଇ ଚାଷ କରାଯାଇଥିଲା । ଗଞ୍ଜେଇ ଚାଷ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ଏସଡିପିଓ ସାଲେଷ୍ଟିନ ଟିଗାଙ୍କ ନେତୃତ୍ୱରେ ପୁଲିସ, ଜଙ୍ଗଲ ବିଭାଗ ଏବଂ ରାଜସ୍ୱ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ । ୯୨ ଏକର ଜଙ୍ଗଲ ଜମିରେ ମୋଟ ୧୯,୪୦୦ ଗଞ୍ଜେଇ ଗଛ ଲଗାଯାଇଥିଲା । ପୁଲିସ ଟିମ୍ ସବୁ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରି ଦେଇଥିଲା । ତେବେ ଚଢ଼ଉ ବେଳେ ପୁଲିସ ଆସିବା ଜାଣି ଉକ୍ତ ଜମିରେ କାର୍ଯ୍ୟ କରୁଥିବା କେତେକ ଲୋକ ଖସି ପଳାଇଥିବା ଶ୍ରୀ ଟିଗା ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅ%ôକ ହେବ । ଆଗାମୀ ଦିନରେ ଏହି ଗଞ୍ଜେଇ ଗଛ କଟା ଅପରେସନକୁ ଯୋରଦାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.