ବିଶୋଇ, (ବି.ବି.ନୁ୍ୟଜ): ମା’ ହାତୀ ଛୁଆକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଯାଇଥିଲା । ବନବିଭାଗ କର୍ମଚାରୀମାନେ ହାତୀଛୁଆ(ଟମକି)କୁ ଯତ୍ନ ସହକାରେ ରଖି ଚିକିତ୍ସା କଲେ । ହାତୀ ଧୀରେ ଧୀରେ ସୁସ୍ଥ ହୋଇ ଛିଡ଼ା ମଧ୍ୟ ହେଲା । ହେଲେ ହଠାତ ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଚିକିତ୍ସାର ୯ଦିନ ପରେ ଆଖି ବୁଜିଲା ଟମ୍କି । ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ‘ଟମକି’କୁ ବିଦାୟ ଦେଇଛନ୍ତି ।
ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ସରଗଡ଼ା ଫରେଷ୍ଟ ବିଟ୍ କଳାଟମକ ଟୁଙ୍ଗୁର ରିଜର୍ଭ ଜଙ୍ଗଲରେ ଗତ ୭ ତାରିଖରେ ହାତୀ ଶାବକଟିଏ ଜନ୍ମ ହୋଇଥିଲା । ଜନ୍ମ ପରେ ମାଈହାତୀ ତା ଛୁଆକୁ ଛାଡ଼ି ଚାଲିଯିବା ପରେ ରାଇରଙ୍ଗପୁର ଡିଏଫ୍ଓ ଡଃ ଅରୁଣ କୁମାର ମିଶ୍ରଙ୍କ ନିଦେ୍ର୍ଧଶ କ୍ରମେ ହାତୀଛୁଆକୁ ଉଦ୍ଧାର କରାଯାଇ ବିଶୋଇ ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା । ଗତ ୮ ତାରିଖଠାରୁ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବନବିଭାଗ ପକ୍ଷରୁ ଡବ୍ଲୁଟିଆଇର ଡଃ ଭିଶାଖା ଓ ଏସ୍ଟିଆରର ଡଃ ପିୟୂଷ ସୋରେନ୍ଙ୍କ ହେପାଜତରେ ଚିକିତ୍ସା ଚାଲିଥିଲା । ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି ସମସ୍ତ ଦାୟିତ୍ୱକୁ ତଦାରଖ କରୁଥିଲେ । ସେହିଦିନଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଶାବକଟି ସମୟ କ୍ରମେ ସୁସ୍ଥ ହେବା ସହିତ ଚଲାବୁଲା ମଧ୍ୟ କରିପାରୁଥିଲା । ଏହି ସମୟରେ ହାତୀ ଶାବକକୁ ଦେଖିବା ପାଇଁ ଦୈନିକ ଭିଡ଼ ଲାଗୁଥିଲା । ଗତକାଲି ଶାବକର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ସହିତ ସେ ଆଉ ଚଲାବୁଲା କରି ପାରିନଥିଲା । ଆଜି ମଧ୍ୟାହ୍ନରେ ‘ଟମକି’ର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ମୃତୁ୍ୟ ଖବର ପାଇ ସ୍ଥାନୀୟ ଲୋକେ ଟମକିର ଶେଷ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଦୀର୍ଘଦିନ ଧରି ନିଜ ପିଲା ଭଳି ଚିକିତ୍ସା ଓ ଯତ୍ନ ଦେଇ ଆସୁଥିବା ଡଃ ଭିଶାଖା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଖବର ପାଇ ରାଇରଙ୍ଗପୁର ଏସିଏଫ ନବୀନ ଚନ୍ଦ୍ର ନାଏକ ବୈଦ୍ୟନାଥ ମାଝୀ, ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି ପଶୁ ପ୍ରେମୀ ପ୍ରାକ୍ତନ ଜିଲ୍ଲା ଅର୍ଥନୈତିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ରାଇରଙ୍ଗପୁର ଫରେଷ୍ଟର ପ୍ରିୟବ୍ରତ ପ;ନାୟକ ପ୍ରମୁଖ ପହଞ୍ଚô ଶେଷ ଦର୍ଶନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ଏକ ଜୁଇରେ ନେଇ ବିଶୋଇ ରେଞ୍ଜ ଅଫିସ ପରିସରରେ ସମାଧି ଦେଇଥିଲେ ।


Comments are closed, but trackbacks and pingbacks are open.