୯ ଦିନ ପରେ ଦୁବାଇରୁ ଆସିଲା ଶବ:ପଥରାରେ ଶୋକାକୁଳ ପରିବେଶ

Get real time updates directly on you device, subscribe now.

ଖଲିକୋଟ, (ବି.ବି.ନ୍ୟୁଜ୍): ଖଲିକୋଟ ବ୍ଲକ୍ ପଥରା ଗ୍ରାମର ବସନ୍ତ ସାଧବଙ୍କ ମୃତ୍ୟୁର ୯ ଦିନ ପରେ ମର ଶରୀର ଆଜି ପଥରା ଗ୍ରାମରେ ପହଞ୍ଚିଛି । ଶବ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁବାଇ ରାଜଧାନୀ ଆବୁଧାବିରେ ଗତ ୨ ତାରିଖରେ ବସନ୍ତଙ୍କ ମୃତ୍ୟୁ ହୋଇଥଥିଲା । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଆଜି ସକାଳେ ଦୁବାଇରୁ ଭୁବନେଶ୍ୱର ବିମାନ ବନ୍ଦରରେ ମର ଶରୀର ପହଞ୍ଚିଥିଲା । ସେଠାରୁ ଭୁବନେଶ୍ୱର ମହାନଗର ନିଗମର ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ପଥରାକୁ ନିଆଯାଇଥିଲା । ଆଜି ଅପରାହ୍ନ ୨ଟାରେ ମରଶରୀର ପଥରାରେ ପହଞ୍ଚିବା ପରେ ମୃତ ବସନ୍ତଙ୍କ ପତ୍ନୀ ପ୍ରଣିତା, ପୁଅ, ଝିଅ, ବୃଦ୍ଧ ବାପା ଓ ମାଆଙ୍କ ଉପସ୍ଥିତିରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇଙ୍କ ଉପସ୍ଥିତିରେ ମୃତକ ପରିବାରକୁ ୨ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା । ପଞ୍ଚାୟତ ତରଫରୁ ସରପଞ୍ଚ ବନମାଳି ବାଲା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଞ୍ଚାନନ ସେଠୀ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସକ୍ରାର ପାଇଁ ୨ ହଜାର ଟଙ୍କା ଦେଇଥିଲେ । ମୃତକଙ୍କୁ ପତ୍ନୀଙ୍କୁ ବିଧବା ଭତ୍ତା, ଓ ପିଲାଙ୍କ ପାଠପଢ଼ା ନିମନ୍ତେ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ପରିବାର ପ୍ରତିପୋଷଣ ନିମନ୍ତେ ବସନ୍ତ ଦୁବାଇ ଯାଇଥିଲେ । ଦୁବାଇ ରାଜଧାନୀ ଆବୁଧାବିରେ ଏକ କମ୍ପାନିରେ ବସନ୍ତ କାମ କରୁଥିଲେ । ଗତ ୨ ତାରିଖରେ ସେ କମ୍ପାନିକୁ କାମ କରିବାକୁ ବାହାରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତାଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତ ୩ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖଲିକୋଟ ରାଣୀଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିର ଉଦ୍ଘାଟନ କରିବାକୁ ଆସିଥିବା ସମୟରେ ଗ୍ରାମବାସୀ ସାକ୍ଷାତ କରି ଦୁବାଇରୁ ଶବ ଆଣିବା ନିମନ୍ତେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons