୯ ବର୍ଷର ନାତୁଣୀକୁ ବଳାକ୍ରାର : ଜେଲ୍ ଗଲା ଜେଜେ

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନ୍ୟୁଜ୍): କେନ୍ଦୁଝର ସଦରଥାନା ବାଉରୀପଦା ଅଞ୍ଚଳର ୫ମ ଶ୍ରେଣୀ ପଢୁଥିବା ୯ ବର୍ଷର ନାତୁଣୀକୁ ସେହି ଗ୍ରାମର ସମ୍ପର୍କୀୟ ଜେଜେ ବଳାକ୍ରାର କରିବା ଘଟଣାରେ ଆଜି ଅଭିଯୁକ୍ତ ଜେଜେ ଚୈତନ୍ୟ ମହାନ୍ତ(୫୫) କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ସଦର ପୁଲିସ । ଘଟଣାପରେ ଗାଁରେ ଉତ୍ତେଜନା ଦେଖା ଦେବାରୁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲା ଅଭିଯୁକ୍ତ ଜେଜେ । ମଙ୍ଗଳବାର ରାତି ସଦର ପୁଲିସ ଏବଂ ସ୍ୱତନ୍ତ୍ର ପୁଲିସ ଟିମ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ତନାଘନା ଜାରି ରଖିଥିବାବେଳେ ସକାଳେ ତାକୁ ଗିରଫ କରାଯାଇଥିବା ଜଣାପଡିଛି । ବଳାକ୍ରାରର ଶିକାର ହୋଇଥିବା ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।
ଗତକାଲି ସ୍କୁଲ୍ରୁ ଫେରିବା ପରେ ଦାଣ୍ଡରେ ଖେଳୁଥିଲେ ନାବାଳିକା ଜଣକ । ସନ୍ଧ୍ୟା ୫ ଟାରେ ଆ ଟିକେ ମୋ ଛେଳି ଗୁଡା ଧରିଦେବୁ ମୁଁ ବାନ୍ଧିବି କହି ନାବାଳିକାଙ୍କୁ ଘରକୁ ଡାକିଥିଲା ସମ୍ପର୍କୀୟ ଜେଜେ । ଘରେ କେହିନଥିବାର ସୁଯୋଗ ନେଇ ନାବାଳିକା ନାତୁଣୀକୁ ଜୋର ଜବରଦସ୍ତ ବଳାକ୍ରାର କରିଥିଲା । ଏ କଥା କାହା ଆଗରେ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା । ହେଲେ ଯନ୍ତ୍ରଣା ଜର୍ଜରିତ ନାବାଳିକା ଜଣକ କାନ୍ଦି କାନ୍ଦି ଆସି ମା’ଙ୍କ ନିକଟରେ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ । ଏକଥା ଶୁଣି ନାବାଳିକାଙ୍କ ବାପା ସଙ୍ଗେ ସଙ୍ଗେ ସଦରଥାନାରେ ଏ ସମ୍ବନ୍ଧରେ ଲିଖିତ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons