୯ ମାସରେ ୫୩ କୋଟିର ଗଞ୍ଜେଇ ଜବତ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ରାଜ୍ୟରେ ବ୍ରାଉନ୍ସୁଗର୍, ଗଞ୍ଜେଇ ଚାଲାଣ ବହୁ ମାତ୍ରାରେ ବୃଦ୍ଧି ପାଇଛି । ତେଣୁ ସେସବୁ ନିଶା ଦ୍ରବ୍ୟ ଚାଲାଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଓଡ଼ିଶା ପୁଲିସ୍ କଠୋର ପଦକ୍ଷେପ ନେବା ସହ ଏଥିଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବୋଲି ରାଜ୍ୟ ପୁଲିସ୍ ମହାନିଦେ୍ର୍ଧଶକ (ଡିଜିପି) ଅଭୟ କହିଛନ୍ତି ।
ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଶେଷ ସୁଦ୍ଧା ଗତ ୯ ମାସରେ ଓଡ଼ିଶା ପୁଲିସ୍ ରେକର୍ଡ ପରିମାଣର ୧ହଜାର ୫୪ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ବୋଲି ଡିଜିପି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇର ବଜାର ମୂଳ୍ୟ ୫୨ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗଞ୍ଜେଇ ଜବତ କ୍ଷେତ୍ରରେ ୨୦୨୦ରେ କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲା ପୁଲିସ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉକ୍ତ ୩ଟି ଜିଲ୍ଲାର ଏସ୍ପିଙ୍କୁ ଡିଜି ପ୍ରଶଂସାପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।
ଡିଜିଙ୍କ ସୂଚନା ମୁତାବକ ନିଶା ଚାଲାଣ ଏବଂ କାରବାର ଉପରେ ରୋକ ଲଗାଇବା ପାଇଁ ପୂର୍ବ ଅପେକ୍ଷା ଓଡ଼ିଶା ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ଶାଣିତ କରିଛି । ତଦନ୍ତରେ ବୈଷୟିକ ସହାୟତା ନେଇ ବିଭିନ୍ନ ଜିଲ୍ଲା ପୁଲିସ୍ ଓ ଏଟ୍ଟିଏଫ୍ ପକ୍ଷରୁ ବ୍ରାଉନସୁଗର୍ ଏବଂ ଗଞ୍ଜେଇ ଆଦି ନିଶାଜାତ ଦ୍ରବ୍ୟ ଜବତ ବୃଦ୍ଧି ପାଇଛି ଏବଂ ଅଭିଯୁକ୍ତଙ୍କ ଗିରଫଦାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ଡିଜି କହିଛନ୍ତି । ଓଡ଼ିଶାରେ ଗଞ୍ଜେଇ ଚାଷ ହେବା ଦୁର୍ଭାଗ୍ୟଜନକ ବୋଲି ଡିଜି କହିଛନ୍ତି । ଓଡ଼ିଶାରେ ଅଫିମ ଚାଷ ନିୟନ୍ତ୍ରଣ କଲା ପରି ଗଞ୍ଜେଇ ଚାଷର ମୂଳୋପôାଟନ ତଥା ନଷ୍ଟ କରିବା ସହ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ନିକଟରେ ପୁଲିସ୍ ଏବଂ ଅବକାରୀ ବିଭାଗ ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଉପାନ୍ତ ଅଞ୍ଚଳରେ ସାଟେଲାଇଟ୍ ମାଧ୍ୟମରେ ଗଞ୍ଜେଇ ଚାଷର ନିରୀକ୍ଷଣ କରିବା କଷ୍ଟସାଧ୍ୟ ହେଉଥିବାରୁ ନାର୍କୋଟିକ୍ସ କଣ୍ଟେ୍ରାଲ୍ ବୁ୍ୟରୋ (ଏନ୍ସିବି)ର ସହାୟତା ନିଆଯାଉଛି । ଏନ୍ସିବି ଇସ୍ରୋ ସହାୟତାରେ ସାଟେଲାଇଟ୍ରେ ଫଟୋ ଏବଂ ମ୍ୟାପ ପ୍ରସ୍ତୁତ କରିବା ଲାଗି ପ୍ରସ୍ତୁତି ଚାଲିଛି । ଇସ୍ରୋ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ମ୍ୟାପିଙ୍ଗ୍ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଡିଜି ସୂଚନା ଦେଇଛନ୍ତି । ସେହିପରି ଓଡ଼ିଶା ସହ ପଡେ଼ାଶୀ ରାଜ୍ୟଗୁଡ଼ିକ ଭିତରେ ନିଶା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଏବେ ଚିନ୍ତାଜନକ ଘଟଣା ହୋଇଛି । ଆନ୍ତଃରାଜ୍ୟ ସ୍ତରରେ ବିଶେଷ କରି ପଡେ଼ାଶୀ ରାଜ୍ୟଗୁଡ଼ିକ ସ୍ତରରେ ଗଞ୍ଜେଇ, ବ୍ରାଉନ୍ସୁଗର୍ ଆଦି ବୃଦ୍ଧି ପାଉଥିବାରୁ ଏହା ଉପରେ ନିିୟନ୍ତ୍ରଣ ପାଇଁ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟର ପୁଲିସ୍ ମୁଖ୍ୟଙ୍କ ସହ ଗତକାଲି ଭିଡିଓ କନ୍ଫରେନସିଂରେ ଆଲୋଚନା ହୋଇଛି । ପଡେ଼ାଶୀ ରାଜ୍ୟ ପୁଲିସ୍ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇ ନିଶାଜାତ ଦ୍ରବ୍ୟ ଚାଲାଣକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ଅଭିଯୁକ୍ତମାନଙ୍କ ଗିତିବିଧି ଉପରେ ନଜର ରହିବ ସେଥିଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏଥିଲାଗି ଓଡ଼ିଶା ପୁଲିସ୍ ସମେତ ପଡୋଶୀ ରାଜ୍ୟର ପୁଲିସ୍ରେ ନୋଡାଲ୍ ଅଫିସର ନିୟୋଜିତ କରାଯାଇଛି ବୋଲି ଡିଜି ସୂଚନା ଦେଇଛନ୍ତି । ପୁଲିସ୍ ସୂତ୍ରରୁ ମିଳିଥିବା ସଚନାନୁସାରେ, ଗତ ୧୦ ବର୍ଷରେ ହାରାହାରି ଜବତ ହୋଇଥିବା ଗଞ୍ଜେଇର ପରିମାଣ ୩୧୨ କ୍ୱିଣ୍ଟାଲ୍ ଥିବା ସ୍ଥଳେ ଗତ ୫ବର୍ଷର ହାରାହାରି ଜବତ ପରିମାଣ ୪୧୪ କ୍ୱିଣ୍ଟାଲ୍ ରହିଛି । ୨୦୧୦ରେ ରାଜ୍ୟରେ ୭୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୧୧ରେ ୨୦୮ କ୍ୱିଣ୍ଟାଲ୍, ୨୦୧୨ରେ ୧୦୭ କ୍ୱିଣ୍ଟାଲ୍, ୨୦୧୩ ରେ ୩୭୧ କ୍ୱିଣ୍ଟାଲ, ୨୦୧୪ରେ ୨୮୮କ୍ୱିଣ୍ଟାଲ , ୨୦୧୫ରେ ୧୯୮ କ୍ୱିଣ୍ଟାଲ, ୨୦୧୬ରେ ୪୨୮ କ୍ୱିଣ୍ଟାଲ୍, ୨୦୧୭ରେ ୩୦୪ କ୍ୱିାଣ୍ଟାଲ୍, ୨୦୧୮ରେ ୫୨୩ କ୍ୱିଣ୍ଟାଲ, ୨୦୧୯ରେ ୬୧୮ କ୍ୱିଣ୍ଟାଲ୍ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons