{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଅନ୍ତର୍ଗତ ଡିମିରୀପୋଷି ଠାରେ ଥିବା ଡିମିରୀପୋଷି ଆଶ୍ରମ ବିଦ୍ୟାଳୟର ୭୭ତମ ବାର୍ଷିକୋତ୍ସବ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଦେବଗଡ଼ ଜିଲ୍ଲା ଅତିରିକ୍ତ ଜନ କଲ୍ୟାଣ ଅଧିକାରୀ ଶ୍ରୀ ଡମନ ଏକ୍କା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଭିତ୍ତି ପ୍ରସ୍ତର ସୁଦୃଢ଼ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ସି. ଆର. ସି. ସି ପ୍ରଦୀପ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଇ. ଏମ. ଆର. ଏସ. କଳାମାଟି ର ଅଧ୍ୟାପକ ମନୋରଞ୍ଜନ ବାରିକ ବରେଣ୍ୟ ଅତିଥି ରୂପେ ଯୋଗଦେଇ ବାର୍ଷିକ ଉତ୍ସବ ର ଆବଶ୍ୟକତା ଉପରେ ହୃଦୟସ୍ପର୍ଶୀ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମମତା ରାଣୀ ବେହେରା ମଞ୍ଚ ସଞ୍ଚାଳନ କରିଥିଲେ ।ବିଦ୍ୟାଳୟ ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ ବେହେରା , ସୁବାସ ବେହେରା , ଲକ୍ଷ୍ମୀକାନ୍ତ ସୁନା , ଶ୍ରୀକାନ୍ତ ସାହୁ , ଉତ୍ସବଟିକୁ ମନୋମୁଗ୍ଧକର କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।


Comments are closed, but trackbacks and pingbacks are open.