{ ପୁରୀରୁ କଳ୍ପତରୁ ମହାନ୍ତିଙ୍କ ରିପୋର୍ଟ } : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପାର ,ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ।ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୭୮ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡଃ ମହାଲିଙ୍ଗ ଜାତୀୟ ପତାକା ଉତ୍ତୋଳନ,ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀ ବାସୀ ଙ୍କୁ ସ୍ୱାଧୀନତା ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ସମେତ ସମସ୍ତ ବରପୁତ୍ର ମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ପୁରୀବାସୀଙ୍କ ସହଯୋଗ ଯୋଗୁଁ ଚଳିତବର୍ଷ ରଥଯାତ୍ରା ଅତ୍ୟନ୍ତ ଶାନ୍ତି ଓ ଶୃଙ୍ଖଳାର ସହିତ ସଂପୂର୍ଣ୍ଣ ହୋଇ ପାରିଥିବାରୁ ମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପୁରୀବାସୀ ଓ ପୁରୀ ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଥିଲେ ।ଚଳିତ ରାଜ୍ୟ ବଜେଟ୍ରେ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ଘଟିଛି |ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ବିକାଶ ସହ ମାନବ ସମ୍ବଳର ଉପଯୁକ୍ତ ପରିଚାଳନା, ଆବଶ୍ୟକୀୟ ଯାନ୍ତ୍ରିକ ଉପକରଣର କ୍ରୟ ଏବଂ ଅତ୍ୟାବଶ୍ୟକୀୟ ଔଷଧ ଓ ସମାଗ୍ରୀଗୁଡ଼ିକୁ ଉପଲବ୍ଧ କରାଇ ରାଜ୍ୟବାସୀଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ |ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସର୍ବୋଦୟ କମିଟି ସହଯୋଗ ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପରିଚାଳନା କରାଯାଇଥିଲା।
Comments are closed, but trackbacks and pingbacks are open.