ସାହାଜବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟରେ ୮୦ ତମ ସ୍ବାଧିନତା ଦିବସ ପାଳିତ

Get real time updates directly on you device, subscribe now.

{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇ ବଣି ବ୍ଲକ ର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ସୁପ୍ରସିଦ୍ଧ ଆବାସିକ ଉଚ୍ଚ ବିଦ୍ୟାଳୟ , ସାହାଜବାହାଲ ଠାରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଦେଶପ୍ରେମ ର ଶାନ୍ତ ସବୁଜିମା ଭରା ମନୋରମ ପରିବେଶ ମଧ୍ୟରେ ୮୦ ତମ ସ୍ବାଧିନତା ଦିବସ ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ଭୋର୍ ସକାଳ ରୁ ଶିକ୍ଷକ – ଶିକ୍ଷୟିତ୍ରୀଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶ ଭକ୍ତି ପୂର୍ଣ୍ଣ ପ୍ରଭାତ ଫେରି ଓ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏହାକୁ ବବଲୁ ସାହୁ ଏବଂ ଫର୍ଡନାନ କିରୋ ପରିଚାଳନା କରିଥିଲେ । ଏହି ଶୁଭ ଅବସରରେ କୁଚିଣ୍ଡା ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଜ୍ଞା ରାଣୀ ପଟେଲ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆଧୁନିକ କଳା – ବିଜ୍ଞାନ ର ଉପଯୋଗିତା ଉପରେ ବକ୍ତବ୍ୟ ରଖିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ମୁଖ୍ୟ ବକ୍ତା ଶ୍ରୀ ପ୍ରଫୁଲ୍ଲ ପ୍ରଧାନ ଅତ୍ୟନ୍ତ ପ୍ରେରଣାଦାୟୀ ଓ ମନୋଜ୍ଞ ଉଦବୋଧନ ଦେଇଥିଲେ । ସେ ସ୍ଵାଧୀନତା ସଂଗ୍ରାମୀ ଙ୍କ ଆତ୍ମ ବଳିଦାନ କୁ ସ୍ମରଣ କରିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ । ସୁବ୍ରତ ନନ୍ଦ ଏବଂ ଅମ୍ରିତ ଡୁଙ୍ଗ ଡୁଙ୍ଗ ଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ସହ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଶ୍ରୀ ଫକିର ସା ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଟି ଶ୍ରୀ ସୁଦର୍ଶନ ପାଣି ଏବଂ ବିଜୟ ସୋରେଙ୍ଗ ଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ର ସହ ଉଦଯାପିତ ହୋଇଥିଲା |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons