ବାଲେଶ୍ୱର,(ବି.ବି.ନୁ୍ୟଜ୍): ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ସେଥିରେ ମଲା ଝିଟିପିଟି ବାହାରିଛି । ଏହି ଘଟଣାରେ ୨୦ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ଡିସ୍ଚାର୍ଜ ହୋଇଛନ୍ତି । ଏଭଳି ଘଟଣା ବୁଧବାର ସଦର ବ୍ଲକ ବଇଁଚା ପଞ୍ଚାୟତ ଅନ୍ତର୍ଗତ ପାଳ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ।
ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ବୁଧବାର ସ୍କୁଲରେ ୫୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥିଲା । ପାଚିକା ମଞ୍ଜୁଲତା ବାରିକ୍ ଓ ମଞ୍ଜୁଲତା ଦାସ ରୋଷେଇ କରିଥିଲେ । ଅପରାହ୍ନ ୧ଟାରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତରକାରିରେ ମଲା ଝିଟିପିଟି ବାହାରିଥିଲା । ସେତେବେଳେ ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିବା ଜଣାପଡ଼ିଥିଲା । ତୁରନ୍ତ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନରେ ସେମାନଙ୍କ ଚିକିତ୍ସା କରାଯାଇଥିଲା ।
ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୁକେଶ ମଣ୍ଡଳ, ଆଶିଷ ଦାସ, ସତ୍ୟପ୍ରକାଶ ବେହେରା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସ୍ଚାର୍ଯ୍ୟ କରାଯାଇଥିଲା । ଖବର ପାଇ ସଦର ବିଇଓ କବିତା ଜେନା, ଏବିଇଓ ଦିପ୍ତିଲତା ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଶିଶୁ ଭବନରେ ପହଞ୍ଚିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସହ ଆଲୋଚନା କରାଯାଇଥିଲା । କେମିତି ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଲା ସେନେଇ ପାଚିକାଙ୍କ ସହ ଆଲୋଚନା କରିବା ପରେ ଜଣାପଡ଼ିବ ବୋଲି କହିଥିଲେ । ଅପରପକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ, ଘଟଣାର ରିପୋର୍ଟ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ଯାହାକିଛି କାର୍ଯ୍ୟାନୁÂାନ ନିଆଯିବ ।
Comments are closed, but trackbacks and pingbacks are open.