କଟକ, (ବି.ବି.ବୁ୍ୟରୋ): ରାଜ୍ୟ କାରାଗାର(ଜେଲ୍)ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରୁ ଆଇନ୍ ଶାସ୍ତ୍ରରେ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ଆଜି ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରି ଡିଜି ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛନ୍ତି । ବରିÂ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଗବେଷଣାତ୍ମକ ସନ୍ଦର୍ଭ ‘ଗିରଫଦାରୀରେ ଭାରତୀୟ ପୁଲିସ୍ର ନିରପେକ୍ଷତା ଏବଂ ଇଚ୍ଛାଧୀନତା: ଏକ ସାମାଜିକ ତଥା ଆଇନଗତ ଅନୁସନ୍ଧାନ’, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ପ୍ରଶଂସିତ ହୋଇଛି । ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତି ରାଜ୍ୟ ପୁଲିସ୍ ବାହିନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ସୁଚାରୂପେ ଦାୟିତ୍ୱ ତୁଲାଇଛନ୍ତି ।
Comments are closed, but trackbacks and pingbacks are open.