ତିତିରିସିଙ୍ଗି ଓ ଧାନବାଡ଼ରେ ଜ୍ୱର ଆତଙ୍କ:୩୦ ଆକ୍ରାନ୍ତ, ପହଞ୍ଚିନି ସ୍ୱାସ୍ଥ୍ୟ ଟିମ୍

Get real time updates directly on you device, subscribe now.

ପାତ୍ରପୁର,(ବି.ବି.ନୁ୍ୟଜ୍): ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁଇ ଆଦିବାସୀ ଗାଁ ତିତିରିସିଙ୍ଗି ଓ ଧାନବାଡ଼ରେ ଗତ ତିନି ଦିନ ଧରି ଅଜଣା ଜ୍ୱର ଆତଙ୍କ । ପ୍ରାୟ ୩୦ ଜଣ ଗୁରୁତର ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ଶିଶୁ ରହିଛନ୍ତି । ହଠାତ୍ ଜ୍ୱର ଆସି ପ୍ରବଳ କମ୍ପ ହେବା, ଦେହମୁଣ୍ଡ ଦରଜ କରି ବାନ୍ତି ହେବା ଭଳି ଜ୍ୱର ହେଲା ପରି ଲକ୍ଷଣ ଦେଖାଯାଉଛି । ତିନିଦିନ ଧରି ଏହି ଦୁଇ ଆଦିବାସୀ ଗାଁର ଲୋକେ ଜ୍ୱରରେ ଛଟପଟ ହେଉଥିବା ବେଳେ ଏ ଯାଏଁ ସ୍ୱାସ୍ଥ୍ୟ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚିନାହିଁ । ଚେରମୂଳ ଖାଇ ଲୋକେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଜ୍ୱର ଆକ୍ରାନ୍ତଙ୍କ ମଧ୍ୟରେ ତିତିରିସିଙ୍ଗି ଗ୍ରାମର ଶୁକ୍ରୁ ଗମାଙ୍ଗ, ରୁକୁଣା ପାତ୍ର, ତୁଳସା ପାତ୍ର, ଶୁଭସ୍ମିତା ବିଷୋୟୀ, ରଶ୍ମିତା ନାୟକ, ମଧୁସ୍ମିତା ନାୟକ, ଗୀତାଞ୍ଜଳି ନାୟକ, ପ୍ରତାପ ପାତ୍ର ପ୍ରମୁଖଙ୍କ ସହ ଧାନବାଡ଼ ଗ୍ରାମର ଲିଙ୍ଗରାଜ ବିଷୋୟୀ, ତାଙ୍କ ଦୁଇ ପୁଅ ଅଜିତ ବିଷୋୟୀ ଓ ଲକ୍ଷ୍ମଣ ବିଷୋୟୀ, ଦୁଇ ଝିଅ ନନ୍ଦିନୀ ବିଷୋୟୀ ଓ ଗୀତାଞ୍ଜଳି ବିଷୋୟୀ, ଗୀତା କାର୍ଜୀ, ଜଟିଆ ପ୍ରଧାନ, ତୁମ୍ବନାଥ ବିଷୋୟୀ, ପଞ୍ଜୁରୀ ବିଷୋୟୀ ପ୍ରମୁଖ ରହିଛନ୍ତି । ତୁରନ୍ତ ଏକ ସ୍ୱାସ୍ଥ୍ୟ ଟିମ ତିତିରିସିଙ୍ଗି ଓ ଧାନବାଡ଼କୁ ପଠାଇବା ପାଇଁ ଦାବି ହୋଇଛିି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons