ଗୋ ମାଂସ ବିକ୍ରି ଉଦେ୍ଧଶ୍ୟରେ ନେଉଥିବାବେଳେ ଦୁଇ ଗୋରୁ ଉଦ୍ଧାର, ୨ ଚାଲଣକାରୀ ଗିରଫ

Get real time updates directly on you device, subscribe now.

ବହଳଦା,(ବି.ବି.ନୁ୍ୟଜ୍): ତିରିଂ ଥାନା ଅନ୍ତର୍ଗତ ବି‚ୁଆ ଗ୍ରାମରେ ଗୋମାଂସ ବିକ୍ରି ଉଦେ୍ଧଶ୍ୟରେ କାଟିବାକୁ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଥିଲେ ଦୁଇ ଚାଲଣକରୀ । ମିଳିଥିବା ସୂଚନା ମୁତାବକ, ବି‚ୁଆ ଗ୍ରାମର ସେକ୍ ଆବାରକଙ୍କ ପୁତ୍ର ସେକ୍ ରୁହୁଲ(୩୦) ଏବଂ ତା’ ସହଯୋଗୀ ଫାତୁ ମାଝୀ(୪୫) ଦୁଇଟି ରୁଗ୍ଣ ଗାଈ ଓ ଗୋରୁକୁ କାଟିବା ଉଦେ୍ଧଶ୍ୟରେ ବି‚ୁଆ ଗ୍ରାମ ମଧ୍ୟଦେଇ ରାତି ପ୍ରାୟ ଗୋଟାଏରୁ ସାଢେ଼ ଗୋଟେ ମଧ୍ୟରେ ନେଇ ଯାଉଥିଲେ । ଗାଁ ମନ୍ଦିର ଛକ ନିକଟରେ ଜଣେ ଯୁବକ ଉକ୍ତ ଦୁଇ ଯୁବକଙ୍କୁ ଅଟକାଇ ପଚରାଉଚରା କଲା ବେଳେ ଚାଲଣକାରୀ ଅସଭ୍ୟ ଭାଷାରେ ଉକ୍ତ ଯୁବକଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଏକତ୍ରିତ ହେଲା ବେଳେ ଗାଈ ଓ ଗୋରୁଙ୍କୁ ଛାଡ଼ି ଅଭିଯୁକ୍ତ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଉକ୍ତ ଯୁବକ ଗାଈ ଓ ଗୋରୁଙ୍କୁ ଗ୍ରାମବାସୀଙ୍କୁ ଜିମା ଦେଇଥିଲେ । ଏହାଯୋଗୁଁ ଗ୍ରାମରେ ଉତ୍ତେଜନା ବୃଦ୍ଧି ପାଇଥିଲା । ସକାଳେ ଶାନ୍ତି କମିଟି ପୁଲିସ ଏବଂ ଉପଜିଲ୍ଲାପାଳଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ବହଳଦା ଓ ତିରିଂ ଥାନା ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ଉପଶମ ହୋଇଥିଲା । ଗ୍ରାମବାସୀଙ୍କ ତରଫରୁ ଏସମ୍ବନ୍ଧରେ ଏତଲା ଦାଏୟ କରାଗଲା ପରେ କେସ୍ ନମ୍ବର ୭୮/୨୦୧୯ରେ ତିରିଂ ଥାନା ଏକ ମାମଲା ରୁଜୁ ହୋଇଥିଲା । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଆଖପାଖ ଅଞ୍ଚଳରେ ବାରମ୍ବାର ଗୋହତ୍ୟା ଘଟଣା ଲୋକଲୋଚନକୁ ଆସୁଥିଲା ବେଳେ ଚାପା ଉତ୍ତେଜନା ସୃଷ୍ଟି ହେଉଛି । ତେବେ ଏହି ଚାପା ଉତ୍ତେଜନା ଆସନ୍ତା ସମୟରେ ବିସ୍ଫୋଟକ ରୂପ ନେବାର ଆଶଙ୍କା ରହିଥିବା ବେଳେ ପ୍ରଶାସନ ଏଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ତିରିଂ ଥାନା ଅଧିକାରୀ ସୁଦର୍ଶନ ଗାଙ୍ଗଇ ଏବଂ ବହଳଦା ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons