ମାଲିକଙ୍କ ଘରୁ ସୁନାଗହଣା ଚୋର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାଲିକଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି କରି ଫେରାର୍ ଥିବା ଦୋକାନ କର୍ମଚାରୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତା’ ନାମ ଅଶୋକ ଜେନା(୨୧) । ଘର ନୟାଗଡ଼ ଚାନ୍ଦପୁର । ପୁଲିସ ଅଶୋକ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଯାଜପୁର ପ୍ରହରାଜପୁରର ଧରଣୀଧର ନାୟକ ବରମୁଣ୍ଡା ରୁଚିକା ମାର୍କେଟରେ ଏକ ସ୍ନାକ୍ସ ଦୋକାନ କରିଛନ୍ତି । ତାଙ୍କ ଦୋକାନରେ ଅଶୋକ କାମ କରେ । ଅଶୋକ ମାଲିକଙ୍କ ଘରକୁ ଯିବା ଆସିବା କରେ । ୨୦ ତାରିଖରେ ଧରଣୀଧରଙ୍କ ପରିବାର ବାହାରକୁ ଯାଇଥିଲେ । ରାତିରେ ଅଶୋକ ଘର ତାଲା ଭାଙ୍ଗି ଆଲମିରାରରୁ ୩ ହଜାର ଟଙ୍କା, ସୁନା ଚେନ୍, ଲକେଟ, ସୁନା ଚୁଡ଼ି, ଶଙ୍ଖା, ମୋବାଇଲ ଫୋନ୍ ଆଦି ଚୋରି କରି ନେଇ ପଳାଇଥିଲା । ଗତକାଲି ଧରଣୀଧର ଫେରିବା ପରେ ଚୋରି ହୋଇଥିବା ଜାଣି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଶୋକଙ୍କ ଉପରେ ପୁଲିସ ସନେ୍ଦହ କରି ତାକୁ ଚାନ୍ଦପୁରରୁ ଉଠାଇ ଆଣି ପଚରାଉଚରା ବେଳେ ସେ ଚୋରି କରିଥିବା ମାନିଥିଲା । ପୁଲିସ ତା’ ଘରେ ଚଢ଼ଉ କରି ଚୋରି ସାମଗ୍ରୀ ଜବତ କରିବା ସହ ତାକୁ ଗିରଫ କରିଥିଲା । ଆଜି ଅଶୋକକୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons