ପଥର ମାଫିଆ ଲିଙ୍କ୍:ହୋମ୍ଗାର୍ଡଙ୍କୁ ଗିରଫ କଲା ଏସ୍ଟିଏଫ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୋର୍ଦ୍ଧା ଅଞ୍ଚଳ ପଥରମାଫିଆଙ୍କ ଲିଙ୍କ୍ ଅଭିଯୋଗରେ ଏସ୍ଟିଏଫ୍ ଜଣଙ୍କୁ ଗିରଫ କରିଛି । ସେ ହେଲେ ହୋମ୍ଗାର୍ଡ ଚିତ୍ତରଞ୍ଜନ ବଡ଼ଜେନା । ତାଙ୍କ ଘର ଖୋର୍ଦ୍ଧା ଟାଉନ୍ ଥାନା ଅର୍ଜୁନପୁରସ୍ଥିତ ନଳିପଡ଼ା ଗାଁରେ । ଏସ୍ଟିଏଫ୍ ତାଙ୍କ ବିରୋଧରେ ଦଫା ୩୭୯/୪୧୧/୪୬୭/୪୬୮/୪୭୧/୧୨୦(ବି) ଆଇପିସି, ୨୫/୨୭ ଆର୍ମସ୍ ଆକ୍ଟ ଲଗାଇଛି । ମଙ୍ଗଳବାର ଅପରାହ୍ଣରେ ଚିତ୍ତରଞ୍ଜନଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏସ୍ଟିଏଫ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଓ ଏହାର ଉପକଣ୍ଠରେ ଦୀର୍ଘ ବର୍ଷ ହେବ ଚାଲିଥିଲା ବେଆଇନ୍ ପଥର ଖନନ । ଚଳିତ ବର୍ଷ ଏସ୍ଟିଏଫ୍ ବେଆଇନ୍ ପଥର ଖୋଳା ଉପରେ ଲଗାମ ଲଗାଇଥିଲା । ୩୦ରୁ ଅଧିକ ମାଫିଆଙ୍କୁ ଗିରଫ କରିବା ସହ ଅନେକ କ୍ରସରରେ ତାଲା ପକାଇ ଥିଲା । ଏହାପରେ ସରକାରୀ କର୍ମଚାରୀଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ତନାଘନା । ଗତ ୧୯ ତାରିଖରେ ଖୋର୍ଦ୍ଧା ଜିଲ୍ଳା ଯୋଜନା ବୋର୍ଡର କନିÂ କିରାଣି ଜୟଦେବ ସାହୁଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ । ଗତକାଲି ବିଳମ୍ବିତ ରାତିରେ ଚିତ୍ତରଞ୍ଜନଙ୍କୁ ଉଠାଇ ଆଣିଥିଲା । ଚିତ୍ତରଞ୍ଜନଙ୍କ କାମ ହେଲା ଥାନାରୁ ପଥର ମାଫିଆଙ୍କୁ ଭିତିରିଆ ଖବର ଦେବା । ତା’ଛଡା ପୁଲିସ ଚଢ଼ଉ ଖବର ଚିତ୍ତରଞ୍ଜନ ପାଇବା ମାତ୍ରେ ପଥର ମାଫିଆଙ୍କୁ ଜଣାଇ ଦେଉଥିଲା । ଏଥିପାଇଁ ପଥର ମାଫିଆ ଚିତ୍ତରଞ୍ଜନଙ୍କୁ ହଜାର ହଜାର ଟଙ୍କା ଦେଉଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons