ହରିଚନ୍ଦନପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ବଳିପର୍ବତ ନିକଟରେ ଚଳନ୍ତା ବସ୍କୁ ତୀରମାଡ଼ ହୋଇଛି । ଆକ୍ରମଣରେ କେସିସି କ୍ୟାମ୍ପକୁ ଡୁ୍ୟଟି ସାରି ବସ୍ରେ ଫେରୁଥିବା ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ଉତ୍ତମ ମହାନ୍ତ । ଡୁବୁରୀ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୈତାରୀ ଥାନାଧିକାରୀ ସସ୍ମିତା ଖିଲାର ତଦନ୍ତ କରୁଛନ୍ତି । ଖବର ଲେଖାହେବା ଯାଏ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ତେବେ ବଳିପର୍ବତ ଗେଟ୍ ନିକଟରେ ବସ୍କୁ କେହି ଦୁର୍ବୃତ୍ତ ତୀର ମାଡ କରିବା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ଚଳନ୍ତା ବସ୍କୁ କିଏ ଓ କାହିଁକି ତୀର ମାଡ଼ କଲା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।


Comments are closed, but trackbacks and pingbacks are open.