ରାଉରକେଲା,(ବି.ବି.ନୁ୍ୟଜ୍): ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ବି ଛାଡ଼ିଲେନି । ସମ୍ପୃକ୍ତ କର୍ମଚାରୀଙ୍କ ଜିପିଏଫ୍ କାଗଜ ପତ୍ର ପାସ୍ କରାଇବା ପାଇଁ ୩ ହଜାର ଟଙ୍କା ଲାଞ୍ଚମାଗିଥିଲେ ବିଭାଗର ବରିÂ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ । ଏଥିରେ କର୍ମଚାରୀ ଜଣକ ଅକ୍ଷମତା ପ୍ରକାଶ କରିବାରୁ ହଜାରେ ଟଙ୍କାରେ କଥା ଛିଡ଼ିଥିଲା । ଏନେଇ ସେ ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ବରିÂ କିରାଣୀ ଧରା ପଡ଼ି ଗିରଫ ହୋଇଛନ୍ତି । ଏହି ଘଟଣା କାଂଶବାହାଲ ସ୍ଥିତ ଇଏସ୍ଆଇ ଡିସ୍ପେନ୍ସାରୀରେ ଘଟିଛି ।
ରାଉରକେଲା ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବୈରାଗୀ ବେହେରା କାଂଶବାହାଲ ଇଏସ୍ଆଇ ଡିସ୍ପେନ୍ସରୀରେ ଜଣେ ଆମ୍ବୁଲାନ୍ସ୍ ଡ୍ରାଇଭର ଭାବେ ନିଯୁକ୍ତ ଅଛନ୍ତି । ପ୍ରାୟ ଗୋଟିଏ ବର୍ଷ ଧରି ଅସୁସ୍ଥ ରହିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ଏବଂ ସେ କାର୍ଯ୍ୟରେ ଯୋଗଦେଇ ପାରି ନଥିଲେ । ପରେ ତାଙ୍କର ଆର୍ଥିକ ସଂକଟ ଯୋଗୁଁ ସେ ତାଙ୍କର ଜିପିଏଫ୍ ବାବଦକୁ ୨ ଲକ୍ଷ ଟଙ୍କା ଉଠାଇବା ପାଇଁ ଆବେଦନ କରିଥିଲେ । ଇତିମଧ୍ୟରେ ୬ ମାସ ବିତି ଯାଇଥିଲେ ହେଁ ତାଙ୍କର ଜିପିଏଫ୍ କାଗଜପତ୍ର ପାସ୍ ହୋଇ ପାରି ନଥିଲା ଏବଂ ସେ ଏଥିରେ ଅତିÂ ହୋଇପଡ଼ିଥିଲେ । ଶ୍ରୀ ବେହେରା କାର୍ଯ୍ୟାଳୟର ବରିÂ କିରାଣୀ ଶ୍ରୀ ମଲ୍ଲିକଙ୍କୁ ଏନେଇ ବାରମ୍ବାର ଅନୁରୋଧ କରି ଆସୁଥିଲେ ହେଁ ସେ ତାଙ୍କ କଥାକୁ କର୍ଣ୍ଣପାତ କରୁ ନଥିଲେ । ପରେ ଶ୍ରୀ ମଲ୍ଲିକ କାଗଜପତ୍ର କରାଇ ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚମାଗିଥିଲେ । ଏଥିସହ ‘ସମସ୍ତେ ଦେଉଛନ୍ତି ତୁମକୁ ବି ଦେବାକୁ ପଡ଼ିବ, ଲାଞ୍ଚନ ଦେଲେ କାମ ହେବ ନାହିଁ’ ବୋଲି ରୋକଠୋକ୍ କହିଥିଲେ । ଏଥିରେ ଶ୍ରୀ ବେହେରା ଅକ୍ଷମତା ପ୍ରକାଶ କରିବାରୁ ସର୍ବନିମ୍ନ ଏକ ହଜାର ଟଙ୍କାରେ କଥା ଛିଡ଼ିଥିଲା । ଏନେଇ ଶ୍ରୀ ବେହେରା ଗତକାଲି ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବରିÂ କିରାଣୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନା ଅନୁସାରେ ଶ୍ରୀ ବେହେରା ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ଶ୍ରୀ ମଲ୍ଲିକଙ୍କୁ କାର୍ଯ୍ୟାଳୟରେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚଟଙ୍କା ସହ ଧରିଥିଲା । ପରେ ତାଙ୍କୁ ଗିରଫ କରି ରାଉରକେଲା କାର୍ଯ୍ୟାଳୟକୁ ଅଣାଯିବା ସହ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ପେଶାଲ ଜେଲକୁ ପଠାଇ ଦିଆଯାଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ଡିଏସ୍ପି ଶ୍ରୀ ସେଠୀଙ୍କ ସମେତ ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର ମହାପାତ୍ର, ସୁଧାଂଶୁ ପୂଜାରୀ, ରୀତା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।


Comments are closed, but trackbacks and pingbacks are open.