କାଠୁଆ ଗଣବଳାକ୍ରାର ଓ ହତ୍ୟା ଘଟଣା: ଏସଆଇଟି ସଦସ୍ୟଙ୍କ ବିରୋଧରେ ମାମଲା ହେବ

Get real time updates directly on you device, subscribe now.

ଜମ୍ମୁ: ବହୁଚର୍ଚ୍ଚିତ କାଠୁଆ ଗଣବଳାକ୍ରାର ଓ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ ଆସିଛି । ଏହି ମାମଲାର ତଦନ୍ତ କରିଥିବା ଜମ୍ମୁ-କାଶ୍ମୀର ପୁଲିସ ଏସଆଇଟିର ୬ ଜଣ ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ ଜମ୍ମୁର ଏକ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମାସ ୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ଥିଲାବେଳେ ତା’ ପୂର୍ବରୁ ଏପରି କରିବାକୁ ଅଦାଲତ ଜମ୍ମୁ ଏସଏସପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତିନି ଜଣ ଯୁବକଙ୍କ ଆବେଦନ ଉପରେ ଅଦାଲତ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ଉକ୍ତ ଯୁବକମାନେ ଅଭିଯୋଗ କରିଥିଲେ କି ଏହି ମାମଲାରେ ବିଶାଳ ଜନଗୋତ୍ରା( ପଠାନକୋଟ ସ୍ଥିତ କୋର୍ଟ ତାଙ୍କୁ ଖଲାସ କରିସାରିଛନ୍ତିି)ନାମକ ଜଣେ ହିନ୍ଦୁ ଯୁବକଙ୍କୁ ଫସାଇବା ପାଇଁ ଏସଆଇଟି ଚାହୁଁଥିଲା । ତେଣୁ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଇଥିଲା ଏବଂ ସାଂଘାତିକ ନିର୍ଯାତନା ଦିଆଯାଇଥିଲା । କିନ୍ତୁ ପରେ ଉକ୍ତ ବଳାକ୍ରାର ମାମଲାର ବିଚାର କରୁଥିବା ପଠାନକୋର୍ଟ ସ୍ଥିତ ଏକ କୋର୍ଟ ବିଶାଳଙ୍କୁ ନିଦେ୍ର୍ଧାଷରେ ଖଲାସ କରିଥିଲେ । ଏହି କାରଣରୁ ଉକ୍ତ ଏସଆଇଟିର ସଦସ୍ୟ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ । ସେମାନଙ୍କ ଆବେଦନ ଉପରେ ବିଚାର କରି ଅଦାଲତଙ୍କ ଉପରୋକ୍ତ ନିଦେ୍ର୍ଧଶ ଦେବା ପରେ ଏବେ ଏହି ଘଟଣାରେ କରାଯାଇଥିବା ତଦନ୍ତର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, କାଠୁଆରେ ଗୁଜ୍ଜର ବକରୱାଲ ସମୁଦାୟର ଜଣେ ୮ ବର୍ଷୀୟା ବାଳିକାକୁ ବଳାକ୍ରାର ପରେ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଏହି ମାମଲାରେ ହିନ୍ଦୁ ସମୁଦାୟର କେତେଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଜମ୍ମୁରେ ବ୍ୟାପକ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ରାଜ୍ୟର ପିଡିପି ସରକାରଙ୍କ ନିଦେ୍ର୍ଧଶରେ ପୁଲିସ ହିନ୍ଦୁମାନଙ୍କୁ ମିଛ ମାମଲାରେ ଫସାଉଛି ବୋଲି ଅଭିଯୋଗ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଉକ୍ତ ମାମଲାକୁ ଜମ୍ମୁର କାଠୁଆରୁ ପଞ୍ଜାବର ପଠାନକୋଟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଏହି ମାମଲାରେ ବିଶାଳ ନାମକ ଜଣେ ଯୁବକଙ୍କୁ ଗିରଫ କରାଯିବା ନେଇ ସବୁଠୁ ବଡ଼ ବିବାଦ ମୁଣ୍ଡ ଟେକିଥିଲା । କାରଣ ଘଟଣା ଦିନ ବିଶାଳ ଜମ୍ମୁ-କାଶ୍ମୀରରେ ନଥିଲେ । ସେ ୟୁପିରେ ଥିଲେ ଏବଂ ସେ ସେଦିନ ସେଠାକାର ଏକ ଏଟିଏମରୁ ଟଙ୍କା ଉଠାଉଥିବାର ଭିଡିଓ ଫୁଟେଜ ବି ମିଳିଥିଲା । ହେଲେ ଏହାସତ୍ତେ୍ୱ ବି ପୁଲିସ ତାଙ୍କୁ ଗିରଫ କରିଥିଲା । ପରେ କିନ୍ତୁ ସେ ନିଦେ୍ର୍ଧାଷ ସାବ୍ୟସ୍ତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons