ସାନଖେମୁଣ୍ଡି,(ବି.ବି.ନୁ୍ୟଜ୍): ଏମିତି ବି ଆସେ ମୃତୁ୍ୟ । ବାପାଙ୍କ ପିଣ୍ଡ ଦାନ କରିବା ସମୟରେ ପୁଅଙ୍କ ମୃତୁ୍ୟ । ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ହରିହର ମହାରଣା (୬୪)ଙ୍କ ଆଜି ପୂର୍ବାହ୍ନରେ କୌଣସି କାରଣରୁ ମୃତୁ୍ୟ ହୋଇଛି । ବାପାଙ୍କ ଶ୍ରାଦ୍ଧ ନିମନ୍ତେ ହରିହର ସମସ୍ତ ଶ୍ରାଦ୍ଧ ପ୍ରସ୍ତୁତ କରିଥିଲେ । ପୁରୋହିତଙ୍କୁ ଡକାଇ ଘରେ ପୈତୃକ ଶ୍ରାଦ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ । ପୁରୋହିତ ମନ୍ତ୍ର ଉଚ୍ଚାରଣ କରି କର୍ମକାଣ୍ଡ କରୁଥିବା ସମୟରେ ହଠାତ୍ ହରିହର ଅଚେତ ହୋଇ ଟଳି ପଡ଼ିଥିଲେ । ହରିହର ଆକସ୍ମିକ ଭାବେ ନିଜେ ବସିଥିବା ସ୍ଥାନରେ ଗଡ଼ି ପଡ଼ିବାରୁ ପୁରୋହିତ ପାଟି କରିଥିଲେ । ସାନ ବୋହୂ ଓ ସ୍ତ୍ରୀ ବ୍ରାହ୍ମଣଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ଖବର ପାଇ ଗାଁର ସାହି ପଡେ଼ାଶୀ ରୁଣ୍ଡ ହୋଇଗଲେ । ହେଲେ ହରିହର ପିତୃଲୋକଙ୍କୁ ଶାନ୍ତି କରିବା ସମୟରେ ନିଜେ ପିତୃଲୋକକୁ ଚାଲିଯାଇଥିଲେ । ହରିହରଙ୍କ ଦୁଇ ପୁଅ । ହରିହରଙ୍କୁ ବୟସ ହୋଇଥିଲେ ସୁଦ୍ଧା ସେ ଥିଲେ କର୍ମଜୀବୀ । ପ୍ରତ୍ୟେକ ଦିନ ନିଜର ମହାରଣା କାର୍ଯ୍ୟ କରି ନିଜର ସମୟ ବିତାଉଥିଲେ ବି ଗାଁ ସାହିରେ ସେ ଥିିଲେ ସୁପରିଚିତ । ହେଲେ ଆଜି ହଠାତ ପୈତୃକ ଶ୍ରାଦ୍ଧ ସମୟରେ ଯେଉଁଠି ସାହି ଭାଇ ଆସି ପ୍ରସାଦ ସେବନ କରିଥାନ୍ତେ, ସେଠି ହରିହରଙ୍କ ଟଳି ପଡ଼ିବା ଶବ କାନେ୍ଧଇବାକୁ ପଡ଼ିଛି । ସାରା ଅଞ୍ଚଳ ଏଭଳି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି ।


Comments are closed, but trackbacks and pingbacks are open.