ବେଆଇନ ମଦ ଭାଟି ସ୍ଥାନାନ୍ତର ଦାବି:ଧାରଣା ଦେଲେ ମହିଳା

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ମହୁଲ ମଦଭାଟି ସ୍ଥାନାନ୍ତର ଦାବିରେ ମହିଳା ଧରଣାରେ ବସିଛନ୍ତି । ରମ୍ଭା ଥାନା ସାନରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ୫ଖଣ୍ଡ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋÂୀ ମଦ ଦୋକାନ ଆଗରେ ଧାରଣା ଦେଇଥିଲ । ଆଜି ପୂର୍ବାହ୍ନରେ ପୁରୁଷ ଓ ମହିଳା ମଦଭାଟିରେ ପହଞ୍ଚି ମ୍ୟାନେଜର ସମେତ ୯ ଜଣ ସେଲସମ୍ୟାନ୍ ଓ ଗାଁ ଭିତରକୁ ଉଠାଇ ନେଇଥିଲେ । ମଦଭାଟି ଫାଟକରେ ତାଲା ପକାଇ ଦେଇଥିଲେ । ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେମାନଙ୍କୁ ଅଟକାଇ ରଖିବା ପରେ ମାଲିକଙ୍କୁ ଡକାଇ ଆଣିବାକୁ କହିଥିଲେ । ଅପରାହ୍ନରେ ସେମାନଙ୍କୁ ଖଲାସ କରି ୫୦ରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ଫାଟକ ଆଗରେ ବସିଥିଲେ । ଏହି ଆନେ୍ଦାଳନରେ ଭଗବାନ ନାହାକ, ଗ୍ରାମ ସଭାପତି ବି, ସାକଲୋଡ଼ା ପାତ୍ର, ବି. ତ୍ରିନାଥ ପାତ୍ର, ଏମ୍. ଲକ୍ଷ୍ମଣ ପାତ୍ର, ଡି. ତ୍ରିନାଥ ପାତ୍ର, ବି. ଭାସ୍କର ପାତ୍ର, ଆର୍. ସତ୍ୟ ପାତ୍ର, ବି. ମୂରଲି ପାତ୍ର, ଡି. ଭୁବୁନି ପାତ୍ର, ଚନ୍ଦ୍ରମା ଦାଶ, ଏସ୍. ପାର୍ବତୀ ପାତ୍ର , ଟି.ସେବତୀ, ଡି.ବାଇଜ, ବି. ଜାନକୀ ପାତ୍ରଙ୍କ ନେତୃତ୍ୱରେ ଅଇଣ୍ଠାବଣ, କାଠଛାଲିଆ, ଧର୍ମଶରଣପୁର, ଏଚ.ବୁରୁଡି, ସାନରାମଚନ୍ଦ୍ରପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମଦ ଦୋକାନ ଆଗରେ ଧାରଣା ଦେଇ ସପ୍ତାହକ ମଧ୍ୟରେ ସ୍ଥାନାନ୍ତର କରିବାକୁ କର୍ମଚାରୀଙ୍କୁ ଜଣାଇଥିଲେ । ସାତ ଦିନ ମଧ୍ୟରେ ସ୍ଥାନାନ୍ତର ନହଲେ ସେମାନେ ରାଜରାସ୍ତାକୁ ଓହ୍ଲାଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଠାରେ ବେଆଇନ ମଦ ପ୍ରସ୍ତୁତି ଚାଲିଥିବାରୁ ମଦଭାଟିରୁ ନିଷ୍କାସିତ ହେଉଥିବା ଦୁର୍ଗ. କେମିକାଲ ପାଣି ବନ୍ଦ କରିବା, ମଦରନ୍ଧା ଦ୍ୱାରା ଆଖପାଖ ଗ୍ରାମର ପିଲା ଏବଂ ଜନସାଧାରଣ ଅସୁସ୍ଥ ହେଉଥିବା ଅଭିଯୋଗ ହୋଇଛି । ମଦପିଇ ୪ରୁ ୫ ଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons