ଗୋଷାଣି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ଲାବାଣ୍ୟଗଡ଼ ଅଞ୍ଚଳରୁ ଗାରାବନ୍ଧ ପୁଲିସ ୪୫ କିଲୋ ରକ୍ତ ଚନ୍ଦନ କାଠ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନେ ହେଲେ ଦେବ ବେହେରା, ବାବୁଲା ଗୌଡ଼ ଏବଂ ଭିକାରୀ ଗୌଡ଼ । ଏହି ସମସ୍ତଙ୍କ ଘର ଲାବାଣ୍ୟଗଡ଼ ଗ୍ରାମରେ ବୋଲି ପୁଲିସ କହିଛି । ଏ ନେଇ ପୁଲିସ ୮୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଗାରାବନ୍ଧ ଥାନାଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଗାରାବନ୍ଧ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଲାବାଣ୍ୟଗଡ଼ ନିକଟରେ ଥିବା ରକ୍ତ ଚନ୍ଦନ ବଣ ଭିତରୁ ୩ ଜଣ ଯୁବକ ଆସୁଥିବା ପୁଲିସ ଦେଖଥିବାକୁ ପାଇଥିଲା । ସେମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲା । ଏ ସମୟରେ ତିତ୍ଲି ବାତ୍ୟା ସମୟରେ ପଡ଼ିଯାଇଥିବା ରକ୍ତ ଚନ୍ଦନ ଗଛ ଗୁଡିକୁ କାଟି ବନ ବିଭାଗ ରଖିଥିବାବେଳେ ସେଥିରୁ ସେମାନେ ଚୋରାରେ ଚାଲାଣ କରୁଥିବା ଜାଣବାକୁ ପାଇଥିଲେ । ପରେ ପୁଲିସ ତୁରନ୍ତ ସେମାନଙ୍କୁ ଗିରଫ କରିବା ସହ ଶନିବାର କୋର୍ଟଚାଲାଣ କରିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି । ତେବେ ଜବତ ହୋଇଥିବା ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ଗାରାବନ୍ଧ ଥାନାଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।


Comments are closed, but trackbacks and pingbacks are open.