ଧରାକୋଟ,(ବି.ବି.ନୁ୍ୟଜ୍): ଲଗାଣ ବର୍ଷାରେ ବଡ଼ଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟ ପାଚେରି ଭୁଶୁଡ଼ି ପଡ଼ିଛି । ଗତ ରାତିରେ ଏଭଳି ଘଟଣା ଘଟିଥିବାବେଳେ ସକାଳୁ ଗ୍ରାମବାସୀ ଜାଣିବାକୁ ପାଇଛନ୍ତି ।
୧୯୭୪ ମସିହାରେ ପ୍ରତିÂିତ ଏହି ବିଦ୍ୟାଳୟରେ ୪୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଲଗାଣ ବର୍ଷାରେ ସ୍କୁଲ ପଛପାଖ ପାଚେରି ଭାଙ୍ଗି ପଡ଼ିଥିବାବେଳେ ଅସୁରକ୍ଷିତ ଅବସ୍ଥାରେ ରହିଛି । ଏନେଇ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଶୋକ ଗୌଡ଼ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଛନ୍ତି । ସିଆରସିସି ଭାସ୍କର ବାଡ଼ତ୍ୟା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହାର ମରାମତି ଶୀଘ୍ର କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.