ମୟୁରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ବହଳଦା ରେଞ୍ଜ, ବୁଢେଇରଣା ରିଜର୍ଭ ଜଙ୍ଗଲ ତଳେ ତେଣ୍ଡରା (ହରବଡା) ସାହି ଅବସ୍ଥିତ । ନିତିଦିନ ଭଳି ହରବଡା ସାହି ବାସିନ୍ଦା ଗାନ୍ସା ମୁର୍ମୁଙ୍କର ପନôୀ ଡୁମୁନୀ ମୁର୍ମୁ (୩୫ ) ଭୋର ୫ଟା୪୦ ମିନଟ୍ ରେ ୍ନ ଲଟାବୁଦାରେ ପରିପୂର୍ଣ୍ଣ ପଡ଼ିଆକୁ ଶୌଚ ହେବା ପାଇଁ ଯାଇଥିଲେ । ଶୌଚ ବେଳେ ବିରାଟକାୟ ଭାଲୁ ହାବୁଡ଼ରେ ପଡ଼ିଥିଲେ ଡୁମୁନୀ । ତାଙ୍କୁ ଭାଲୁଟି ରାମ୍ପୁଡ଼ି ବିଦାରି ପକାଇଥିଲା । ଡୁମୁନୀଙ୍କ ଆର୍ତ୍ତ ଚିକ୍ରାର ଶୁଣି ସ୍ୱାମୀ ଗାନ୍ସା ଓ ଗ୍ରାମବାସୀ ଧାଇଁ ଆସିଥିଲେ । ଡୁମୁନୀଙ୍କୁ ଭାଲୁଙ୍କ ମୁହଁରୁ ଉଦ୍ଧାର କରି ଆଣି ତତ୍କ୍ଷଣାତ ଯାମଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଗୁରୁତର ଅବସ୍ଥାରେ ମହିଳା ଜଣକ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିବା ବେଳେ ଶୁଣି ଯାମଦା ବିଟ୍ର ବନପାଳ ରତିକାନ୍ତ ପଲେଇ ଡାକ୍ତରଖାନାକୁ ଯାଇ ପୀଡ଼ିତାଙ୍କୁ ବୁଝାସୁଝା କରିଥିଲେ । ମହିଳା ଜଣକ, ମୁଣ୍ଡ ଓ ତଳିପେଟରେ ଗଭୀର କ୍ଷତ ହୋଇ ଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ୧୦୮ ଯୋଗେ ସ୍ଥାନାନ୍ତରିତ କରିଥିଲେ । ଏବେ ମହିଳାଙ୍କର ସ୍ୱାସ୍ଥ୍ୟ ସ୍ଥିରଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.