ବାରିପଦା,(ବି.ବି.ନୁ୍ୟଜ୍): ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ର ଶୂନଗଡ଼ିଆ ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରିକୁ ସ୍ଥାନୀୟ ଟାଉନ ଥାନା ପୁଲିସ ଗିରଫ କରିଛି । ବେପାରି ପାଖରୁ ପୁଲିସ୍ ୮୬୪ ଗ୍ରାମର ଗଞ୍ଜେଇ ସହିତ ଗୋଟିଏ ଭଙ୍ଗା ବନ୍ଧୁକ ଜବତ କରିଛି । ଗଞ୍ଜେଇ ବେପାରି ଜଣଙ୍କ ହେଲେ ଶୂନଗଡ଼ିଆ ଅଞ୍ଚଳର ଜନାର୍ଦ୍ଧନ ମିଶ୍ର ।

ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ଜନାର୍ଦ୍ଧନ ଶୂନଗଡ଼ିିଆ ଛକରେ ଥିବା ତାଙ୍କ ଘର ପାଖରେ ଗଞ୍ଜେଇ ବିକ୍ରି କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ପୁଲିସକୁ ଖବର ଦେଇଥିଲେ । ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରାରେ ଗଞ୍ଜେଇ ବିକ୍ରି କରୁଥିବା ୭୦ ବର୍ଷିୟ ବୃଦ୍ଧ ଜନାର୍ଦ୍ଧନଙ୍କୁ ଗିରିଫ କରିବା ସହିତ ୩୧୦ ନମ୍ବରରେ ଏକ ମାମଲା ରୁଜୁ କରି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.