ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ଘାସଡିହ ଗ୍ରାମର ମନୋଜ ପ୍ରଧାନ ନିଜ ଘରେ ଇଲେକ୍ଟ୍ରି ମରାମତି କରୁଥିଲେ । ଅସାବଧାନତା ଯୋଗୁଁ ହଠାତ୍ ଇଲେକ୍ଟ୍ରି ଦ୍ବାରା ଆହତ ହୋଇଥିଲେ ।
ଗତକାଲି ଦୀପାବଳି ଅବସରରେ ନିଜ ଘରେ ଲିଚୁ ଲାଇଟ୍ ମରାମତି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ପରିବାର ଲୋକେ ମନୋଜଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଭୁବନେଶ୍ବର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ମନୋଜଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।ଏନେଇ ଘାସଡ଼ିହ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।
Comments are closed, but trackbacks and pingbacks are open.