ନିଆଳି : କଟକ ନିଆଳି ଥାନ ଅନ୍ତର୍ଗତ ପୋଦନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବରଗଛ ରେ ୧୫ ଦିନ ଧରି ଝୁଲୁଛି ବୟସ୍କ ବ୍ୟକ୍ତିଙ୍କ ମୃତଦେହ । କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରଯାଇଛି। ନିଆଳି ବ୍ଲକ ପଛପଟ ରାସ୍ତରେ ଥିବା ବରଗଛରେ ବୃଦ୍ଧ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଲାଗିରହିଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି ସେ ପାେଦନା ଗ୍ରାମର ଶିଖର ସେଠୀ ଜଣାପଡିଛି । ଶିଖରଙ୍କ ନିଖୋଜକୁ ନେଇ ୧୨ ଦିନ ତଳେ ନିଆଳି ଥାନାରେ ତାଙ୍କ ପୁଅ ପୁଅ ଅମୟ ସେଠି ଅଭିଯୋଗ କରିଥିଲେ। ଆଜି ଗଣମାଧ୍ୟମ ପ୍ରତିନିଧି ପକ୍ଷରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ନିଆଳି ପୋଲିସଜ୍ଝ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟୋମଟମ ପାଇଁ ପଠାଇଛି।
ତେବେ ତାଙ୍କ ପୁଅଙ୍କ ସୂଚନା ଅନୁସାରେ ୧୫ ଦିନ ତଳେ ବାପା ବ୍ଲଡ ପ୍ରେସର ମାପିବାକୁ ନିଆଳି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆସି ଆଉ ଘରକୁ ଫେରି ନ ଥିଲେ। ପରେ ଘର ଠାରୁ ୧୦ କିମି ଦୁର କୁ ଆସି କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ବରଗଛ ରେ ଗାମୁଛା ରେ ଝୁଲନ୍ତା ଅବସ୍ଥାରେ ମିଳିଲା ତାହାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।ଏହି ମାମଲର ନିଆଳି ପୋଲିସ୍ ତଦନ୍ତ ଆରମ୍ଭ କରିବା ମୃତ୍ୟୁର କାରଣ ଖୋଜୁଛି ପୁଲିସ୍।
Comments are closed, but trackbacks and pingbacks are open.