ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ : ୧୦ ଗିରଫ

Get real time updates directly on you device, subscribe now.

ନୂଆପଡା: ନୂଆପଡାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣକୁ ଗିରଫ କରିଛି ନୂଆପଡା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଆଲୋକର ପର୍ବକୁ ଧନଲକ୍ଷ୍ମୀଙ୍କ ପର୍ବ ଉଦ୍ଦେଶ୍ୟରେ ଅନେକ ସ୍ଥାନରେ ଅନେକ ଲୋକ ଜୁଆ ଖେଳିଥାନ୍ତି । ଠିକ୍ ଏହି ସମୟରେ ପୋଲିସ ମଧ୍ୟ ଜୁଆଡିମାନଙ୍କୁ ଧରିବା ପାଇଁ କଳବଳ କୌଶଳ ଲଗାଇ ଦେଇଥାଏ । କେଉଁଠି ସଫଳ ହୁଏ ତ ଆଉ କେଉଁଠି ଜୁଆଡି ଫେରାର ହୋଇଯାଆନ୍ତି ।
ତେବେ ଗତକାଲି ରାତିରେ ନୂଆପଡା ଥାନା ଅଞ୍ଚଳର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରି ଜୁଆ ଖେଳୁଥିବା ସମୟରେ ୧୦ଜଣଙ୍କୁ କାବୁ କରିବା ସହ ୧୯ ହଜାର ଟଙ୍କା, ୭ ମୋବାଇଲ, ୧୦ ବାଇକ ଜବତ କରିଛି । ଆଜି ସମସ୍ତ ୧୦ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons