ତାଳଚେର,(ବି.ବି.ନୁ୍ୟଜ୍): ସ୍ଥାନୀୟ ବିଧାୟକ ଓ ଜମିହରା ପ୍ରଜାଙ୍କୁ ପୁଲିସ ଅଟକ ରଖିବା ପ୍ରତିବାଦରେ ବୁଧବାର ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳିତ ହୋଇଥିଲା । ତାଳଚେର ସହରର ସମସ୍ତ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ଅନୁÂାନ ବନ୍ଦ ରହିଥିଲା । ତାଳଚେର କୋଲ୍ ଫିଲଡ୍ସ ଅନ୍ତର୍ଗତ ସମସ୍ତ କୋଇଲା ଖଣି ଅଚଳ ହେବା ଫଳରେ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା ।
ମଙ୍ଗଳବାର ଏମ୍ସିଏଲ୍ ପକ୍ଷରୁ ପ୍ରଶାସନ ଓ ପୁଲିସ ସହାୟତାରେ ତାଳଚେରର ଭାଲୁଗାଡ଼ିଆ ବସ୍ତି ଉଚ୍ଛେଦ ବେଳେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ପ୍ରଶାସନ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାସଗୃହ ଉଚ୍ଛେଦ ଓ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିବାରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ଶତାଧିକ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପୁଲିସ ଅଟକ ରଖି ରାତିରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା । ଏହାର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଥିଲା । ବିଧାୟକଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନବଜାର ବନ୍ଦ କରାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । କୋଇଲା ଖଣିର ସମସ୍ତ କାର୍ଯ୍ୟାଳୟ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍, ସ୍କୁଲ କଲେଜ, ଦୋକାନବଜାର, ପେଟ୍ରୋଲ୍ ପମ୍ପ ବନ୍ଦ ରହିଥିଲା । ଗାଡ଼ିମୋଟର ଚଳାଚଳ ବନ୍ଦ ରହିବା ଯୋଗୁଁ ରାଜପଥରେ ଶହଶହ ସଂଖ୍ୟାରେ ଗାଡ଼ି ଅଟକି ରହଥିଲା । କୋଇଲା ଟ୍ରକ୍ ଗୁଡ଼ିକ ଠିଆ ହୋଇ ରହିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ବନ୍ଦ ପାଳନ ହୋଇଥିଲା ।
ଗୋପାଳପ୍ରସାଦସ୍ଥିତ ତାଳଚେର ଅଧିÂାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠ ନିକଟରୁ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଏହି ଅବସରରେ ଅନୁÂିତ ପ୍ରତିବାଦ ସଭାରେ ଏମ୍ସିଏଲ୍ର ଜମିହରା ପ୍ରଜାଙ୍କ ପ୍ରତି ଯେଉଁଭଳି ଅନ୍ୟାୟ, ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଛି ତାହାକୁ ବିଧାୟକ ତୀବ୍ର ସମାଲୋଚନା କରିବା ସହିତ ପୁଲିସ ପ୍ରଶାସନ ବିନା କାରଣରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତି ଦମନଲୀଳା ଚଳାଇଥିବା ଅଭିଯୋଗ କରିଛନ୍ତି । ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ, ବିଜେଡ଼ି ବ୍ଲକ୍ ଉପସଭାପତି ସନ୍ତୋଷ ପ୍ରଧାନ, ନଗର ବିଜେଡ଼ି ସଭାପତି ଆସିଫ୍ ଖାନ୍, ସାଧାରଣ ସମ୍ପାଦକ ବିରଜା ଶଙ୍କର ମିଶ୍ର, ଯୁବନେତା ରାଜେଶ ଦାସ, ଲିପୁନା ଭୁକ୍ତା, ସୁଧୀର ସାମନ୍ତ, ଜଗନ୍ନାଥ ଗଡ଼ନାୟକ, ପୂର୍ବତନ ନଗରପାଳ ପବିତ୍ର ଭୂତିଆଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଓ କ୍ଷତିଗ୍ରସ୍ତ ପ୍ରଜା ସଂଘର ସଦସ୍ୟ ଓ ସମର୍ଥକମାନେ ଏହି ବନ୍ଦ ପାଳନ ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ବୈଠକ ଆହୂତ ହେବାକୁ ନିଷ୍ପତ୍ତି ହେବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଭେଟି ଏ ସମ୍ପର୍କରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଥିଲା । ସଂଧ୍ୟାରୁ ପୁଣି ଖଣି କାର୍ଯ୍ୟ ସ୍ୱଭାବିକ ହୋଇଛି । ବିଭିନ୍ନ ସ୍ଥାନରେ ପରିସ୍ଥିତିର ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା ।
Comments are closed, but trackbacks and pingbacks are open.