ଯୁବକଙ୍କ ଗଳିତ ଶବ ଉଦ୍ଧାର

Get real time updates directly on you device, subscribe now.

ରାୟଗଡ(ଗଜପତି), (ବି.ବି.ନୁ୍ୟଜ୍): ରାୟଗଡ ଥାନା ଅନ୍ତର୍ଗତ ଏସ୍.କରଡାସିଂ ନିକଟସ୍ଥ ମହୁଲବନ୍ଧା ନାଳରୁ ଜଣେ ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସୁରେନ୍ଦ୍ର ଶବର(୪୪) ଘର, ବଣ୍ଡା ଗ୍ରାମରେ ବୋଲି ଜଣାପଡିଛି । ଚଳିତ ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ନାଳରେ ଆସିଥିବା ବନ୍ୟାଜଳରେ ଭାସିଯାଇ ମୃତୁ୍ୟ ବରଣ କରିଥିବା ସନେ୍ଦହ କରାଯାଉଥିଲେ ମଧ୍ୟ ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ସୂଚନା ଅନୁସାରେ, ବଣ୍ଡା ଗ୍ରାମର ସୁରେନ୍ଦ୍ର ଅନ୍ଧାରୀଗୁମ୍ମାର କେତେକ ଜମି ଭାଗଚାଷ କରୁଥିବାବେଳେ କିଛି ମାସ ହେଲେ ସେ ସେଠାରେ କୁଡ଼ିଆ କରି ରହୁଥିଲେ । ହେଲେ, ଶନିବାର ସକାଳୁ ଶୌଚ ପାଇଁ ନାଳକୁ ଯାଇ ଆଉ ଫେରିନଥିଲେ । ସନ୍ଧ୍ୟା ଯାଏ ସେ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଚାରିଆଡେ଼ ଖୋଜାଖୋଜି କରିଥିଲେ । ଏପରିକି ସେ ବଣ୍ଡା ଚାଲିଯାଇଥିବା ସନେ୍ଦହ କରି ସେଠାକୁ ମଧ୍ୟ ଯାଇ ଖୋଜାଖୋଜି କରିଥିଲେ । ତଥାପି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ବୁଧବାର ସକାଳୁ ସେ.କରଡାସିଂର କେତେକ ଲୋକ ଗାଈ ଚରାଇବାକୁ ଗଲାବେଳେ ନାଳ ନିକଟରେ ଜଣେ ବ୍ୟକ୍ତିର ଗଳିତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସକୁ ଜଣାଇବା ପରେ ରାୟଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରିଥିଲେ । ପରେ ସୁରେନ୍ଦ୍ରଙ୍କ ପରିବାର ଲୋକେ ପହଞ୍ଚô ଶବ ଚିହ୍ନଟ କରିଥିଲେ ।ନାଳରେ ଆସିଥିବା ବନ୍ୟାଜଳରେ ସୁରେନ୍ଦ୍ର ଭାସିଯାଇଥିବା ସନେ୍ଦହ କରାଯାଉଛି । ଏକ ଡାକ୍ତରୀଦଳ ଘଟଣାସ୍ଥଳରେ ପହଞ୍ଚô ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ଜିଲ୍ଲାପାଳ ଅନୁପମ ଶାହା ସମ୍ପୃକ୍ତ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୁରେନ୍ଦ୍ରଙ୍କ ପତ୍ନୀ ଡେମୀ ଶବର ୪ବର୍ଷ ତଳେ ମୃତୁ୍ୟ ବରଣ କରିଥିବା ବେଳେ ତାଙ୍କର ୨ଜଣ ନାବାଳିକା ଝିଅ ଏବଂ ଜଣେ ନାବାଳକ ପୁଅ ଅଛନ୍ତି । ସେମାନଙ୍କୁ ଥଇଥାନ କରିବା ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଅତିରିକ୍ତ ଏସ୍ପିି ସୀତାରାମ ଶତପଥୀ, ଡିସିପିଓ ଅରୁଣ କୁମାର ତ୍ରିପାଠୀ, ବିଡିଓ ଲୁକାଶ ପ୍ରଧାନ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍.ବିଜୟ କୁମାର ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons