ଚିକିଟି କଲେଜରେ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ

Get real time updates directly on you device, subscribe now.

ଚିକିଟି,(ବି.ବି.ନୁ୍ୟଜ୍): ଚିକିଟି କଲେଜକୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଆଜି ଗସ୍ତ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗରେ ସଂସ୍କାର ଓ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ତରଫରୁ ଗଞ୍ଜାମ ଜିଲ୍ଲାର ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିଛି । ଏହି ଅବସରରେ ଚିକିଟି କଲେଜକୁ ଗସ୍ତ କରି କଲେଜର ଆନୁସଙ୍ଗିକ ଭିତ୍ତିଭୂମି, ସ୍ୱଚ୍ଛତା, ଶୈକ୍ଷିକ ବାତାବରଣ, ଶୃଙ୍ଖଳା, ବିଦ୍ୟାର୍ଥୀଙ୍କ ଉପସ୍ଥାନ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଦୁର୍ବଳ ବିଦ୍ୟାର୍ଥୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସ୍ଥିତି ବିଷୟରେ ଅଧ୍ୟକ୍ଷ ଡ.ବିଚିତ୍ର ପ;ନାୟକଙ୍କ ସହ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ଡ.ଭବାନୀ ପ୍ରସାଦ ପଣ୍ଡା, ଡ.ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଦଶରଥ ରାଉତ, ଡ.ବି.ଦେବରାଜ, ଡ.ରାଜେଶ କୁମାର ପାତ୍ର, ରାମନାଥ ସାହୁ, ଡ.ସନ୍ତୋଷ କୁମାର ବକ୍ସି, ପ୍ରଦୀପ କୁମାର ପାଢ଼ୀ, ସନାତନ ଗୌଡ଼, ଡ.ପ୍ରଭାତ କୁମାର ବେହରା, ଡ.ଏନସି ପାଣିଗ୍ରାହୀ, ଆନନ୍ଦ ମହାରଣା, କୈଳାଶ ଚନ୍ଦ୍ର ମହାନ୍ତି ଓ ନରସିଂହ ପ;ନାୟକ ପ୍ରମୁଖ ମହାବିଦ୍ୟାଳୟର ବିିଭିନ୍ନ ସମସ୍ୟା ସମ୍ପର୍କରେ ଅତିରିକ୍ତ ସଚିବଙ୍କୁ ଅବଗତ କରାଇଥିଲେ । ଖୁବଶୀଘ୍ର ଏ ସମସ୍ତ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ସମାଧାନ ଦିଗରେ ଉଦ୍ୟମ ପାଇଁ ପ୍ରତିଶ୍ରୁତି ପ୍ରଦାନ କରି ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons