ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

Get real time updates directly on you device, subscribe now.

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରି ପ୍ରସାଦ ପାଞ୍ଚୟତର ପିଇଓ ନବ କିଶୋର ଦାସ ସେହି ପଚାଂୟତର ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ ସାହୁଙ୍କ ଠାରୁ ଏକ ବିଲ୍ ( ୩ଲକ୍ଷ ୭୦ ହଜାର ଟଙ୍କା ) ପାସ୍ କରିବା ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ । ମାତ୍ର ତିରିଶ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଦୋକାନ ଘର ବିଲ କରାଇବା ପାଇଁ ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ ନବ କିଶୋର ଦାସ । ଏହି ଘଟଣା ଗତକାଲି ଅପରାହ୍ନରେ ଘଟିଥିଲା ହେଲେ ଏ ସଂପର୍କରେ ବାଣପୁର ବିଡିଓଙ୍କ ପାଖରେ କୌଣସି ସୂଚନା ନଥିବା ବିଡ଼ିଓ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons