ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଉମରକୋଟ: ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ପ୍ରେମୀ ଯୁଗଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫୋଟକି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନରୋତ୍ତମ ନାୟକ ଏବଂ ସବନମ୍ ବେଗମ୍ ।
ସୂଚନାଯୋଗ୍ୟ ଯେ, ଫୋଟକି ଗାଁ ନିକଟ ଜଙ୍ଗଲରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ନରୋତ୍ତମ ପୂର୍ବରୁ ବିବାହିତା ଥିଲେ । ତାଙ୍କର ତିନି ବର୍ଷର ଶିଶୁପୁତ୍ର ମଧ୍ୟ ଅଛି । ଯୁବତୀ ଜଣଙ୍କ ମୁସଲିମ୍ ସମ୍ପ୍ରଦାୟର ବୋଲି ଜଣାପଡିଛି । ତେବେ ଉଭୟ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।
ନରୋତ୍ତମଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଗତକାଲି ରାତିରେ ତାଙ୍କ ସ୍ବାମୀ ଘରେ ଶୋଇଥିଲେ କିନ୍ତୁ ଅଧ ରାତିରେ ସେ କେଉଁଆଡେ ପଳାଇ ଯାଇଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ଝିଅର ପରିବାର ସଦସ୍ୟ ଜଣେ ତାଙ୍କୁ ଫୋନ୍ କରି କହିଥିଲେ କୋକେଇ ସଜାଡିଥା ସ୍ବାମୀର ଶବ ଆଣିବାକୁ ଯିବୁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons