ଆନେ୍ଦାଳନରୁ ଓହରିଲା ହାଇକୋର୍ଟ ବାର୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଦୀର୍ଘ ୧୮ ଦିନ ଧରି କୋର୍ଟ କାର୍ଯ୍ୟରୁ ନିବୃତ୍ତ ରହି ଆସିଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ଆଜି ଆନେ୍ଦାଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୪ ତାରିଖ ସୋମବାର ଆଇନଜୀବୀମାନେ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ । ତେବେ ଯେଉଁ ଦାବି ସବୁ ହାଇକୋର୍ଟ ବାର୍ କରି ଆସୁଥିଲା ସେଥିରୁ ଓହରି ଯାଇନାହିଁ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ୧ଟା ୨୦ମିନିଟ୍ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହାଇକୋର୍ଟ ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକ ପରେ ବାର୍ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ଓଡ଼ିଶା ହାଇକୋର୍ଟର ଖାଲି ଥିବା ବିଚାରପତି ପଦବି ପୂରଣ ଏବଂ କଲେଜିୟମ୍ ଦ୍ୱାରା ବିଚାରପତି ଚୟନକୁ ବିରୋଧ କରି ହାଇକୋର୍ଟ ବାର୍ ଆସୋସିଏସନ୍ ଗତ ଅକ୍ଟୋବର ୧୪ରୁ ସମସ୍ତ କୋର୍ଟକୁ ବର୍ଜନ କରିଥିଲା । ତେବେ ଏହି ଘଟଣାକୁ ନେଇ ପ୍ରଥମେ ହାଇକୋର୍ଟ ନିଜ ତରଫରୁ ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ରାଜ୍ୟର ୬୮ଟି ବାର୍ର ସଭାପତି, ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ରୁଜୁ କରିଥିଲେ । ହାଇକୋର୍ଟର ଫୁଲ୍ ବେଞ୍ଚ୍ରେ ଏହି ମାମଲାର ଶୁଣାଣି ଚାଲିଥିଲା ବେଳେ ସୁପ୍ରିମ୍କୋର୍ଟରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା । ମେସର୍ସ ପିଏଲ୍ଆର୍ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏହି ମାମଲାଟି ରୁଜୁ କରିଥିଲା । ଆଇନଜୀବୀଙ୍କ ଆନେ୍ଦାଳନ ଯୋଗୁଁ ହାଇକୋର୍ଟରେ ଆବେଦନକାରୀଙ୍କ ମାମଲାର ଶୁଣାଣି ହୋଇ ନପାରିବାରୁ ଆବେଦନକାରୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ, ରାଜ୍ୟ ବାର୍ କାଉନସିଲ୍ର ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତିଙ୍କୁ ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟରେ ହାଜର ହୋଇ ଆନେ୍ଦାଳନ ସଂପର୍କରେ ଜବାବ ରଖିବା ଲାଗି ନିଦେ୍ର୍ଧଶ ଦେଇଥିଲେ । ଏଥିସହ ବାର୍ କାଉନସିଲ୍ ଅଫ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷଙ୍କୁ ଅଦାଲତରେ ଉପସ୍ଥିତ ରହି ଆନେ୍ଦାଳନରତ ଆଇନଜୀବୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇପାରିବ ସେ ବାବଦରେ ଆବଶ୍ୟକ ପରାମର୍ଶ ଦେବାକୁ କହିଥିଲେ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ପରେ ବିସିଆଇ ହାଇକୋର୍ଟ ବାର୍ ତୁରନ୍ତ ଆନେ୍ଦାଳନକୁ ପ୍ରତ୍ୟାହାର କରିନେବାକୁ ଚିଠି ଲେଖିଥିଲା । ଯଦି ବାର୍ ଆନେ୍ଦାଳନ ପ୍ରତ୍ୟାହାର ନକରେ ତାହେଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ବିସିଆଇ ପକ୍ଷରୁ ଦିଆଯାଇଥିଲା । ହାଇକୋର୍ଟ ବାର୍ ଏହି ଆଦେଶ ଉପରେ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହା ନଭେମ୍ବର ୩ତାରିଖ ସୁଦ୍ଧା ଜଣାଇବାକୁ ବିସିଆଇ କହିଥିଲା । ବିସିଆଇଠାରୁ ଚିଠି ପାଇବା ପରେ ଆଜି ହାଇକୋର୍ଟ ବାର୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ହାଇକୋର୍ଟ ବାର୍ ପକ୍ଷରୁ ଏକ ସଂକଳ୍ପ (ରିଜୋଲୁ୍ୟସନ୍) ପାରିତ କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ବିସିଆଇର ଅନୁରୋଧ, ବହୁ ବରିÂ ଆଇନଜୀବୀଙ୍କ ପରାମର୍ଶ, ଆକ୍ସନ କମିଟି ସଦସ୍ୟଙ୍କ ସହମତି ଏବଂ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଏହି ଆନେ୍ଦାଳନକୁ ପ୍ରତ୍ୟାହୃତ କରାଯାଉଛି । କିନ୍ତୁ ବାର୍ ଆସୋସିଏସନ୍ ଆଇନଜୀବୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଲଢେଇ ଜାରି ରଖିବ । ସେହିପରି ଅସତ୍ୟ ଏବଂ ମନମୁଖି କାର୍ଯ୍ୟ ବିରୋଧରେ ଏବଂ ବିଚାର ବ୍ୟବସ୍ଥାର ସମ୍ମାନ ଏବଂ ସ୍ୱାଧୀନତା ରକ୍ଷା କରିବା ଲାଗି ବାର୍ ସବୁବେଳେ ତା’ର ସ୍ୱର ଉତ୍ତୋଳନ କରିବ । ଏହି ନିଷ୍ପତ୍ତି ସଂକ୍ରାନ୍ତରେ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ), ଆଡଭୋକେଟ୍ ଜେନେରାଲ ଏବଂ କଟକର ସମସ୍ତ ବାର୍କୁ ଅବଗତ କରାଯାଇଥିବା ବାର୍ ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଆଜିର ବୈଠକରେ ବାର୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ଦାସଙ୍କ ସମେତ ଯୁଗ୍ମ ସମ୍ପାଦକ ଯତେଶ୍ୱର ନାୟକ, ସହକାରୀ ସମ୍ପାଦକ ପଦ୍ମାଳୟା ମହାପାତ୍ର, ସହକାରୀ ସମ୍ପାଦକ(ପାଠାଗାର) ସୋମନାଥ ଶତପଥୀ, କାର୍ଯ୍ୟକାରୀ ସଭ୍ୟ ମାନସୀ ଦାସ, ଅଧିରାଜ ମହାନ୍ତି, ସୁଜିତ୍ କୁମାର ଦାସ, ଦେବାଶିଷ ମିଶ୍ର, ବିଭୁଦତ୍ତ ବାରିକ୍, ମାନସ ରଞ୍ଜନ ନାୟକ ଏବଂ ଅନ୍ୟ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons