କଟକ,(ବି.ବି.ବୁ୍ୟରୋ): ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା । ଆଜି ଏନେଇ ଓଡ଼ିଶା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ମାନ୍ୟତା ମିଳିବା ପରେ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିବ । ମାନ୍ୟତା ମିଳିବା ପରେ ବିଭିନ୍ନ ବିଭାଗରୁ ଭିନ୍ନ ଭିନ୍ନ ଭାବେ ଅନୁଦାନ ମିଳିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବାର୍ଷିକ ୨୦ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ସ୍ଥିର ହୋଇଛି । ଏହାସହ ପର୍ଯ୍ୟଟନ ବିଭାଗର କ୍ୟାଲେଣ୍ଡରରେ କଟକ ବାଲିଯାତ୍ରା ସ୍ଥାନିତ ହେବ । ଫଳରେ ବିଭାଗ ତରଫରୁ ବାଲିଯାତ୍ରାକୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମକୁ ବାଲିଯାତ୍ରାର ଭିତ୍ତିଭୂମି ବିକାଶ ନିମନ୍ତେ ୫୦ଲକ୍ଷ ଟଙ୍କା ମିଳିବ । ଏହିଭଳି ଭାବେ ଏଣିକି ଆଗକୁ ପ୍ରତିବର୍ଷ ବାଲିଯାତ୍ରାରେ ପ୍ରାୟ ୯୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବ ତାହା ସ୍ପଷ୍ଟ ହୋଇଛି ।
ଏନେଇ ଆଜି ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ବୈଠକ ବସି ନିଷ୍ପତ୍ତି ନିଆଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ଆର୍ଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ୍ କୁମାର ଝା ଉପସ୍ଥିତ ରହି ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଛନ୍ତି । ଅନୁଦାନ ଆସିବା ପରେ ଏହାର କିଭଳି ବିନିଯୋଗ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ବିଶେଷକରି ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ବାଲିଯାତ୍ରା ତଳ ପଡ଼ିଆରେ କୌଣସି ସ୍ଥାୟୀ ନିର୍ମାଣ କରିବା ଦିଗରେ ଏନ୍ଜିଟି ଗାଇଡ୍ଲାଇନ୍ ଥିବା ହେତୁ ଯାହା କରାଯିବ ଅସ୍ଥାୟୀ ହେବ । ଏନେଇ ଏବେ ସୁଦ୍ଧା କିଛି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ । ଆଗକୁ ଅନୁଦାନ ମିଳିବା ପରେ ଏ ଦିଗରେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରି ଏହାର କିଭଳି ସୁବିନିଯୋଗ କରାଯିବ ସେ ନେଇ ପଦକ୍ଷେପ ନିଆଯିବ ।
ଅନୁଦାନ ମିଳିବାର ଅନ୍ୟ ଦିଗକୁ ଦେଖିଲେ ଏହା ନିଶ୍ଚିତ ବାଲିଯାତ୍ରାକୁ ଆସୁଥିବା ବ୍ୟବସାୟୀ ଏବଂ ଲୋକଙ୍କ ଉଦେ୍ଧଶ୍ୟରେ ଖର୍ଚ୍ଚ ହେବା କଥା । କାରଣ ସରକାରୀ ଅନୁଦାନ ଲୋକଙ୍କ ହିତରେ ବିନିଯୋଗ ହେବ । ଏବେ ସୁଦ୍ଧା ବାଲିଯାତ୍ରା ବାବଦୀୟ ଖର୍ଚ୍ଚକୁ ପ୍ରଶାସନ ବ୍ୟବସାୟୀ ଏବଂ ଲୋକଙ୍କ ଠାରୁ ଉଠାଉଥିଲା । ଯେମିତିକି ପ୍ଲଟ୍ ବୁକିଂ, ପଞ୍ଜୀକରଣ, ୟୁଜର୍ସ ଫି ଆଦି ବାବଦରେ ବ୍ୟବସାୟୀ ପ୍ରଶାସନ ପାଖରେ ଟଙ୍କା ଦାଖଲ କରୁଥିଲେ । ଏହି ଟଙ୍କାକୁ ବିନିଯୋଗ କରି ବାଲିଯାତ୍ରା ଖର୍ଚ୍ଚ ବହନ କରୁଥିଲା ଜିଲ୍ଲା ପ୍ରଶାସନ । ଯେମିତିକି ଜମି ବାବଦରେ ତହସିଲ ତହବିଲ୍କୁ, ପରିମଳ ବାବଦରେ ସିଏମ୍ସି ରାଜକୋଷକୁ, ବିଦୁ୍ୟତ ଖର୍ଚ୍ଚ ବାବଦରେ ବିଦୁ୍ୟତ ବିଭାଗକୁ ଦେୟ ଦିଆଯାଉଥିଲା । କିନ୍ତୁ ଏବେ ଅନୁଦାନ ମିଳିବାର ନିଷ୍ପତ୍ତି ହେବା ପରେ ଏ ସବୁ ବାବଦରେ ଆଦାୟ କମ୍ ହେବା ନିହାତି ଜରୁରୀ ବୋଲି କୁହାଯାଉଛି । ସରକାରୀ ଅନୁଦାନ ପ୍ରାପ୍ତ ମେଳାରେ ବ୍ୟବସାୟୀ କିଭଳି ସୁଲଭ ମୂଲ୍ୟରେ ପ୍ଲଟ୍ ପାଇବେ ଏବଂ ତା’ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ କିଭଳି ଖର୍ଚ୍ଚ କରିବେନାହିଁ ସେ ଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ବୋଲି ଦାବି ହୋଇଛି । ସେହିପରି ଲୋକ ମାନେ କିଭଳି ସୁବିଧାରେ ବାଲିଯାତ୍ରା ବୁଲି ଫେରିବେ ସେ ଦିଗରେ ପ୍ରଶାସନ ଗୁରୁତ୍ୱ ଦେବ । ବିଶେଷ କରି ମାଗଣା ପାର୍କିଂ, ଧୂଳିଧୂସର ବାଲିଯାତ୍ରାରୁ ମୁକ୍ତି, ଭଲ ରାସ୍ତାଘାଟ, ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ଆଦି ଦିଗରେ ପ୍ରଶାସନ ଅଧିକରୁ ଅଧିକ ସେବା ଯୋଗାଇ ଦେବାକୁ ଚିନ୍ତା କରିବ ।
Comments are closed, but trackbacks and pingbacks are open.