ମାଲକାନଗିରି : ମାଲକାନଗିରିରେ ଗୁଣିଗାରେଡି ନେଲା ଦୁଇ ଜୀବନ । ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ । ମୃତକ ହେଉଛନ୍ତି ବାପା ସଦନ ମାଳି ଓ ପୁଅ ନିଳେନ୍ଦ୍ର ମାଳି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗୁଣିଗାରେଡି ସନ୍ଦେହରେ ତିନି ବର୍ଷ ହେବ ସଦନ ମାଳିଙ୍କ ପରିବାରକୁ ଗାଁରୁ ଏକଘରକିଆ କରିଦେଇଥିଲେ । ଗତକାଲି ରାତିରେ ବାପା ଓ ପୁଅ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ହତ୍ୟା କରି ମୃତଦେହକୁ ନଦୀ କୂଳରେ ପକାଇଦେଇଥିଲା । ତେବେ ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପୋଲିସ ନିକଟରେ ଦୁଇଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.