ବିଚାରାଧୀନ କଏଦୀଙ୍କ ମୃତ: ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତୁ୍ୟ ଅଭିଯୋଗ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସ୍ୱତନ୍ତ୍ର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତୁ୍ୟ ହୋଇଛି । ମୃତ କଏଦୀର ନାମ ଯୋଶେଫ ତିର୍କୀ । ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୋଶେଫଙ୍କ ମୃତୁ୍ୟ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରତିଶ୍ରୁତି ମିଳିଛି । ତେଣୁ ଆସନ୍ତାକାଲି ଶବ ଉଠିବ ବୋଲି ଜଣାପଡ଼ିଛି ।

ଗତକାଲି କାରାଗାରରେ ଯୋଶେଫଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କାରାଗାର ପରସର ଭିତରେ ଥିବା ହସ୍ପିଟାଲରେ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଥିଲା । ଏହାପରେ ସେ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ଯୋଶେଫଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆଜି ସକାଳେ ମୃତକଙ୍କ ପରିବାର ଲୋକେ ଏଠାରେ ପହଞ୍ଚି କ୍ଷତିପୂରଣ ଦାବି କରିଥିଲେ ।

ଶେଷରେ ପାନପୋଷ ଏସ୍ଡିପିଓ ଅସିମ କୁମାର ପଣ୍ଡା ଓ ରଘୁନାଥପାଲୀ ଥାନା ଅଧିକାରୀ ବିଜୟ ବିହାରୀ ଘଟଣା ସ୍ଥଳରେ ପହଞ୍ଚô ମୃତ ଯୋଶେଫଙ୍କ ସମ୍ପର୍କୀୟମାନଙ୍କୁ ବୁଝାସୁଝା କରିଥିଲେ । ସରକାରୀ ନିୟମ ଅନୁସାରେ ଯାହା ସୁବିଧା ରହିଛି ସେହିସବୁ ସୁବିଧା ଯୋଶେଫଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମାମଲା ଶାନ୍ତ ପଡ଼ିଥିଲା । ସଂଧ୍ୟା ହୋଇଯିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି ।

ଏଠାରେ ସ୍ମରଣଯୋଗ୍ୟ ଯେ, ଯୋଶେଫ ବେଦବ୍ୟାସ ସ୍ଥିତ ବୁରୁଟୋଲା ବସ୍ତିରେ ରହୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୭ ଅଗଷ୍ଟ ମାସରେ ବେଦବ୍ୟାସର ମାଙ୍ଗତା ଲୋହାରଙ୍କ ସହ ମାଡ଼ପିଟ ହୋଇଥିଲା । ଏଥିରେ ଯୋଶେଫ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରୁ ସୁସ୍ଥ ହୋଇ ଯୋଶେଫ ଘରକୁ ଫେରିବା ପରେ ପୁଣି ଉଭୟଙ୍କ ମଧ୍ୟ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ଉଗ୍ରରୂପ ଧାରଣା କରିବା ପରେ ଯୋଶେଫ ଏକ ମାରଣାସ୍ତ୍ରରେ ମାଙ୍ଗତାଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ୍ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଯୋଶେଫଙ୍କୁ କୋର୍ଟ ଚାଲାଣ କରିଥିଲେ । ସେବେ ଠାରୁ ଯୋଶେଫ ସ୍ୱତନ୍ତ୍ର କାରାଗାରରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons