ମାଟି ଘୋଡ଼ାରେ ପିଟି ବୃଦ୍ଧଙ୍କୁ ମାରିଦେଲେ

Get real time updates directly on you device, subscribe now.

ଗଣିଆ,(ବି.ବି.ନୁ୍ୟଜ୍): ନୟାଗଡ ଜିଲ୍ଲା ଗଣିଆ ଥାନା ମଣିଭଦ୍ରା ପର୍ବତ ପାଦଦେଶରେ ଥିବା ମା’ କଳାପାଟଙ୍କ ପୀଠ ପରିସରରେ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ବୃଦ୍ଧଙ୍କୁ କେହି ଦୁର୍ବୃତ୍ତ ମା’ଙ୍କ ପୀଠ ପରିସରରେ ଥିବା ମାଟି ଘୋଡ଼ାରେ ବାଡେ଼ଇ ହତ୍ୟା କରିଥିବା ଜଣାଯାଇଛି । ଶବ ନିକଟରେ ଘୋଡ଼ାର ଭଙ୍ଗା ଅଂଶ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସୋମବାର ସକାଳୁ ପୀଠ ପରିସରରେ ଜଣେ ବୃଦ୍ଧଙ୍କ ଶବ ପଡ଼ିଥିବା ଦେଖି ସାଧାରଣରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି ।
ଖବରରୁ ପ୍ରକାଶ ଯେ ମା’ କଳାପାଟଙ୍କ ପୀଠ ସମ୍ମୁଖ ଦେଇ ଯାଇଥିବା ବଡ଼ମୂଳ – ଗଣିଆ ପୂର୍ତ୍ତ ରାସ୍ତାରେ ସକାଳୁ ଲୋକଙ୍କ ଯାତାୟାତ ବେଳେ ସ୍ଥାନୀୟ ଲୋକେ ମନ୍ଦିର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ଲୁଙ୍ଗି ଘୋଡ଼ାଇ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଗଣିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ସଂପୃକ୍ତ ବ୍ୟକ୍ତିଙ୍କ ମୁହଁରୁ ଲୁଙ୍ଗି ଖୋଲିବା ପରେ ବ୍ୟକ୍ତି ଜଣକ ସ୍ଥାନୀୟ ଛାମୁଣ୍ଡିଆ ଗ୍ରାମର ଗୟାଧର ବାରିକ (୬୭) ବୋଲି ଜଣାପଡ଼ିଥିଲା । ଠାକୁରାଣୀଙ୍କ ପୀଠର ମଣ୍ଡପ ପରିସରରେ ଥିବା ମାଟିଘୋଡ଼ା ଦ୍ୱାରା ତାଙ୍କୁ କେହି ବାଡେ଼ଇ ବାଡେ଼ଇ ହତ୍ୟା କରିଥିବା ଦେଖାଯାଇଛି । ଉକ୍ତ ଘଟଣାରେ ପୁଲିସ ପାରିବାରିକ କଳହକୁ କେନ୍ଦ୍ର କରି ଗୟାଧରଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନେ୍ଦହ କରିଛି । ଗୟାଧରଙ୍କୁ ହତ୍ୟା ସନେ୍ଦହରେ ପୁଲିସ ତାଙ୍କ ସାନପୁଅ ଗୋପିନାଥ ଓରଫ ଲଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ସ୍ଥଳରୁ ରକ୍ତ ନମୁନା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛି । ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଖଣ୍ଡପଡ଼ା ଏସ୍ଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଏସ୍ଆଇ ଶ୍ରଦ୍ଧା ନାୟକ ଶବକୁ ଜବତ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ବୟାନ ସଂଗ୍ରହ କରିଥିଲେ । ମୃତକଙ୍କ ପତ୍ନୀ ଶାନ୍ତିଲତା ତାଙ୍କ ସ୍ୱାମୀଙ୍କୁ କେହି ହତ୍ୟା କରିଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା(କେସ୍ ନଂ ୪୩ /୧୯) ରୁଜୁ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଯେ, ଗୟାଧର ଛାମୁଣ୍ଡିଆ ବଜାରରେ ଏକ ସେଲୁନ କରି ପରିବାର ଚଳାଉଥିଲେ । ତେବେ ପାରିବାରିକ କଳହକୁ ନେଇ ସେ ଗତ କିଛି ଦିନ ଧରି ସେହି ସେଲୁନରେ ରହୁଥିଲେ । ରବିବାର ରାତି ୯ଟା ପରେ ପୁଣିଥରେ ପରିବାରରେ କଳହ ହେବାରୁ ଗୟାଧର ଘର ଛାଡ଼ି ପଳାଇଯିବା ପାଇଁ ସେଲୁନରୁ ବାହାରି ଆସିଥିଲେ । ତେବେ ଗୟାଧରଙ୍କୁ କିଏ ଓ କେଉଁ ପରିସ୍ଥିତିରେ ହତ୍ୟା କଲା ପୁଲିସ ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ । ମା’ କଳାପାଟଙ୍କ ପୀଠରେ ଏଭଳି ଅଭାବନୀୟ ଘଟଣା ପରେ ମା’ଙ୍କ ନିତୀକାନ୍ତି ବନ୍ଦ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons