ଲକ୍ଷ୍ମୀପୁର/କାକିରିଗୁମ୍ମା,(ବି.ବି.ନୁ୍ୟଜ୍): ଲାଇସେନ୍ସ ନଥିବା ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ କାକିରିଗୁମ୍ମା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ୟକ୍ତି ହେଲା ଏହି ବ୍ଲକ ଭିତରଗଡ ପଞ୍ଚାୟତ ପୁଟସିଲ ଗାଁର ମାଧବ କଂସାରୀ ।
ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟାରେ କାକିରିଗମ୍ମା ପୁଲିସର ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ମାଧବ ଏକ ଦେଶୀ ବନ୍ଧୁକ ଧରି ସେହି ଅଞ୍ଚଳରେ ବୁଲୁଥିଲା । ପୁଲିସ ତାକୁ ଧରି ଥାନାକୁ ଆଣି ଅଟକ ରଖିଥିଲା । ପଚରାଉଚରା ବେଳେ ଉକ୍ତ ବନ୍ଧୁକର ଲାଇସେନ୍ସ ମାଧବ ପାଖରେ ନଥିବା ଜଣାପଡିଥିଲା । ମଙ୍ଗଳବାର ତାକୁ ଲକ୍ଷ୍ମୀପୁର କୋର୍ଟରେ ହାଜର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଆଇଆଇସି ଧୀରେନ୍ ପ;ନାୟକ କହିଛନ୍ତି । ଏହି ଘଟଣା ପ୍ରଚାର ହେବା ପରେ ଏଠାରେ ପୁଣି ନକଲି ମାଓବାଦୀଙ୍କ ପ୍ରାଦୃଭାବ ଦେଖାଦେଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି । କିଛିଦିନ ତଳେ ୭ ଜଣ ନକଲି ମାଓବାଦୀଙ୍କୁ କାକିରିଗୁମ୍ମା ପୁଲିସ ଗିରଫ କରିଥିଲା ।


Comments are closed, but trackbacks and pingbacks are open.