ଗୁଣି ସନେ୍ଦହରେ ହତ୍ୟା କରିଥିଲା ନାତି!

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଚନ୍ଦହାଣ୍ଡି ଥାନା ଜାମପାଣି ଜଙ୍ଗଲରେ ବୃଦ୍ଧ ସାମ ସାନ୍ତା(୫୫)ଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ମୃତକଙ୍କ ନାତିକୁ ପୁଲିସ ଅଟକ ରଖିଛି । ଅଟକ ଯୁବକ ହେଲେ ଈଶ୍ୱର ସାନ୍ତା । ଅଭିଯୁକ୍ତକୁ ଥାନାରେ ପଚରାଉଚରା ଚାଲିଥିବା ପୁଲିସ କହିଛି । ଏହି ହତ୍ୟାକାଣ୍ଡରେ ଈଶ୍ୱରଙ୍କ ସହ ଆଉ କେହି ସାମିଲ ଅଛନ୍ତି ନା ନାହିଁ ତଦନ୍ତ ଚାଲିଛି ।
ମୃତକ ସାମ ସାନ୍ତାଙ୍କ ଦୁଇ ପୁଅ । ଲଦା ଓ ବୀରବଲ ସାନ୍ତା । ଲଦାଙ୍କ କହିବା ପ୍ରକାରେ ଗାଁର ସନ୍ନ୍ୟାସୀ ସାନ୍ତାଙ୍କ ସହ ତାଙ୍କ ବାପା ଗତ ରବିବାର ଝରିଗାଁ ସାପ୍ତାହିକ ହାଟକୁ ଯାଇଥିଲେ । ସେଠାରେ ପ୍ରଚୁର ମଦ୍ୟପାନ କରି ଗାଁକୁ ଫେରୁଥିଲେ । ମୁଣ୍ଡବୁଲାଇବା କହି ସାମ ସାନ୍ତା ବାଟରେ ବସି ପଡିଥିଲେ । ସାମ ପରେ ଘରକୁ ଫେରିବେ ଭାବି ସନ୍ନ୍ୟାସୀ ଘରକୁ ଫେରି ପରିବାରକୁ କହିଥିଲେ । ସାମ ଝଡାଫୁଙ୍କା କରୁଥିବା ଲଦା କହିଛନ୍ତି । ଅନ୍ୟପକ୍ଷେ ବଡପୁଅ ବୀରବଲଙ୍କ ପୁଅ ଈଶ୍ୱରଙ୍କ ୧ବର୍ଷର କନ୍ୟା ସନ୍ତାନ ରହିଥିଲା । ଦୀର୍ଘଦିନ ହେଲା ଶିଶୁର ଦେହ ଅସୁସ୍ଥ ରହି ପେଟ ଫୁଲି ଯାଉଥିଲା । ଡାକ୍ତରଖାନାକୁ ନନେଇ ଝଡାଫୁଙ୍କା କରୁଥିଲେ । ଶେଷରେ ଚିକିତ୍ସା ଅଭାବରୁ ଈଶ୍ୱରଙ୍କ ଝିଅର ମୃତୁ୍ୟ ଘଟିଥିଲା । ଏଥିରେ ଈଶ୍ୱର ତାଙ୍କ ଜେଜେ ଗୁଣି କରି ଝିଅକୁ ମାରିଦେଇଥିବା ଭାବି ତାଙ୍କ ଉପରେ ରାଗିଥିଲେ । ରବିବାର ଜେଜେ ହାଟରୁ ଫେରି ବାଟରେ ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ଜାଣିବାକୁ ପାଇ ସେଠାକୁ ଯାଇଥିଲେ । ଶୋଇଥିବା ଅବସ୍ଥାରେ ଜେଜେଙ୍କ ବେକକୁ କାଟି ଦେଇ ଘରକୁ ଫେରି ଚୁପଚାପ୍ ଶୋଇ ପଡିଥିଲେ । କୌଣସି ସୂତ୍ରରୁ ଖବରପାଇ ପୁଲିସ ଈଶ୍ୱରକୁ ଉଠାଇ ଆଣି ପଚରାଉଚରା ଚଳାଇଛି । ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ଦେବାକୁ ପୁଲିସ ମନା କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons