ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁଁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ଅଣ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି। ଅଲଗା ଅଲଗା ସ୍କୁଲରେ ଏହି ତିନି ଜଣଙ୍କୁ ବଦଳି କରାଯାଇଥିବା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ଜେନାଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ । ପ୍ରଧାନଶିକ୍ଷକ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ୟାତନା ଦେଇଆସୁଥିବା ସେ କହିଥିଲେ । ଏନେଇ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।


Comments are closed, but trackbacks and pingbacks are open.