ଜଗମୋହନପୁର,(ବି.ବି.ନୁ୍ୟଜ୍): ରାସ୍ତା ଦୁର୍ଦ୍ଧଶା ପାଇଁ କଷ୍ଟ ଭୋଗୁଛନ୍ତି ନିରୀହ ଗାଁଲୋକ । କାହାର ସ୍ୱାସ୍ଥ୍ୟବସ୍ଥା ହେଉ କିମ୍ବା ଗର୍ଭବତୀ ବିନା ଦୋଷରେ ଘାଣ୍ଟି ହେଉଛନ୍ତି । ପ୍ରାୟ ସମୟରେ ଏଭଳି ଘଟଣା ନଜରକୁ ଆସୁଥିଲେ ବି ପ୍ରତିକାର ହେଉନି । ଯେଉଁଥିପାଇଁ ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି ଏବଂ ଲୋକେ ଅସୁବିଧା ଭୋଗୁଛନ୍ତି । ଆଜି ଏଭଳି କରୁଣ ଚିତ୍ର ପୁଣି ଦେଖିବାକୁ ମିଳିଥିଲା ତେଲକୋଇ ବ୍ଲକ୍ ଶିବନାରାୟଣପୁରଗୋଡ଼ା ପଞ୍ଚାୟତର ଅପହଞ୍ଚ ତମାଙ୍ଗ ଗାଁରେ ।
ଗାଁର ବିରଞ୍ଚô ପ୍ରଧାନଙ୍କ ପତ୍ନୀ କସି ପ୍ରଧାନର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକ ନିକଟସ୍ଥ ତେଲକୋଇ ମେଡିକାଲକୁ ଆଣିବାକୁ ବାହାରିଲେ । କିନ୍ତୁ ସକାଳୁ କୋହଲ ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିଲା । ତଥାପି ଅନ୍ୟ ଉପାୟ ନଥିବାରୁ ବିରଞ୍ଚô , ଆଶା ଦିଦି ଘୁରୁଡି ଦେହୁରୀ ଓ ଗ୍ରାମର କିଛି ଯୁବକ କସିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ସାହସ ଜୁଟାଇଥିଲେ । ଏକ ସିଲଭର ଟପ୍କୁ ଭାର କରି ଗର୍ଭବତୀଙ୍କୁ ବସାଇ କାନେ୍ଧଇଥିଲେ । ପାହାଡିଆ ରାସ୍ତାରେ ପାଦ ଖସୁଥିଲେ ବି ପଛକୁ ଫେରିନଥିଲେ । ହାତରେ ଛତା ଓ ଭାର ଧରି ପାହାଡ ଓହ୍ଲାଇଥିଲେ ଏବଂ ହଳଦିପାଣି ଗାଁ ମୁଣ୍ଡରେ ଥିବା କୁସୁମ ଗଛ ମୂଳରେ ଦିନ ୯ଟା ବେଳକୁ ପହଞ୍ଚôଥିଲେ । ସେଠାରୁ ଫୋନ ଯୋଗେ ଆମ୍ବୁଲାନ୍ସକୁ ଯୋଗା ଯୋଗ କରି ୧୦ଟା ବେଳକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôଥିଲେ । ଡାକ୍ତରଖାନାରେ କସିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ରହିଛି । ତେବେ ଅପହଞ୍ଚ ଇଲାକା ତମାଙ୍ଗକୁ କେବେ ରାସ୍ତାହେବ ବୋଲି ପ୍ରଶ୍ନ ଉଠିଛି ।


Comments are closed, but trackbacks and pingbacks are open.