ଡଙ୍ଗା ଭସାଇବାକୁ ଯାଇ ଫେରିଲେନି:ଦୁର୍ଘଟଣାରେ ୩ ଶ୍ରମିକ ମୃତ

Get real time updates directly on you device, subscribe now.

ପାଣିକୋଇଲି,(ବି.ବି.ନୁ୍ୟଜ୍): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ସକାଳୁ ଡଙ୍ଗା ଭସାଇବା ପାଇଁ ସମସ୍ତେ ବ୍ୟସ୍ତ ଥିଲେ । ବୈତରଣୀ ନଦୀର ଲିଙ୍ଗେଶ୍ୱର ଘାଟରେ ବିଳମ୍ବିତ ରାତିରୁ ଲାଗି ଥିଲା ଗହଳି । ଏହି ଘାଟରେ ଡଙ୍ଗା ଭସାଇବା ପାଇଁ ଏକ ବାଇକ୍ରେ ବାହାରିଥିଲେ ପାଣିକୋଇଲି ଥାନା ତଣ୍ଡରା ଗ୍ରାମର ଦୁଇ ଯୁବକ । ରାସ୍ତାରେ ସାଙ୍ଗରେ ନେଲେ ଅନ୍ୟଜଣେ ବ୍ୟକ୍ତିଙ୍କୁ । ତିନିଜଣଙ୍କ ମଧ୍ୟରେ ଉତ୍ସାହ ଥିଲା କିପରି ଲିଙ୍ଗେଶ୍ୱର ଘାଟରେ ପହଞ୍ଚôବେ ଆଉ ଡଙ୍ଗା ଭସାଇବେ । ଆଉ କିଛି ସମୟ ପରେ ପହଞ୍ଚôଥା’ନ୍ତେ ଲିଙ୍ଗେଶ୍ୱର ଘାଟରେ । ହେଲେ ଅଧାରାସ୍ତାରେ ସବୁ ଓଲଟପାଲଟ ହୋଇଗଲା । ମୃତୁ୍ୟ ରୂପରେ ମାଡ଼ି ଆସିଲା ଏକ ୧୦ଚକିଆ ଟ୍ରକ । କିଛି ବୁଝିବା ଆଗରୁ ୩ଜଣଙ୍କ ଜୀବନ ଚାଲିଗଲା ।

ଏପରି ଦୁଃଖଦ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟରେ । ଏକ ୧୦ଚକିଆ ଆଳୁବୋଝେଇ ଟ୍ରକ ଧକ୍କାରେ ୩ଜଣଙ୍କ ମୃତୁ୍ୟ ଘଟିଛି । ମୃତକ ଏହି ଥାନା ଅନ୍ତର୍ଗତ ଜହ୍ନା ପଞ୍ଚାୟତ ନରପଦା ଗ୍ରାମର ଈଶ୍ୱର ପଣ୍ଡାଙ୍କ ପୁଅ ଜଗନ୍ନାଥ (୪୯), ତଣ୍ଡରା ଗ୍ରାମର କାଠି ଦଳାଇଙ୍କ ପୁଅ ପରିକ୍ଷୀତ (୨୨) ଓ ମହେଶ୍ୱର ଦଳାଇଙ୍କ ପୁଅ ଇନ୍ଦ୍ରମଣି (୨୫) । ପୁଲିସ ସମସ୍ତଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଜଗନ୍ନାଥ, ପରିକ୍ଷୀତ ଓ ଇନ୍ଦ୍ରମଣି ପାଣିକୋଇଲି ନିକଟସ୍ଥ ଏକ ଇଟା ଫ୍ୟାକ୍ଟ୍ରିରେ କାର୍ଯ୍ୟ କରନ୍ତି । ଆଜି ଭୋରୁ ଲିଙ୍ଗେଶ୍ୱର ଘାଟକୁ ଡଙ୍ଗା ଭସାଇବାକୁ ଯିବା ପାଇଁ ଯୋଜନା କରି ସେମାନେ ଗତକାଲି ରାତିରେ ଫ୍ୟାକ୍ଟ୍ରିରେ ଥିବା ଯାଜପୁର ରୋଡ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ବାଇକ୍(ଓଆର ୦୪ଜେ ୭୭୩୩)ରେ ତିନିଜଣ ଘରକୁ ଫେରିଥିଲେ । ଯୋଜନା ମୁତାବକ, ରାତି ପ୍ରାୟ ୩ଟାରେ ପରିକ୍ଷୀତ ଓ ଇନ୍ଦ୍ରମଣି ଗାଁରୁ ବାହାରିଥିଲେ । ନରପଦା ନିକଟରୁ ଜଗନ୍ନାଥ ସେମାନଙ୍କ ସହ ଯାଇଥିଲେ । ପାଣିକୋଇଲି ଥାନା ନିକଟ ଡାଇଭର୍ସନରେ ସଠିପୁର ପାଶ୍ୱର୍ରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍ (ଓଡି ୦୫ଏଡି୨୨୩୬) ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୩ଜଣ ଯାକ ଗୁରୁତର ହୋଇପଡ଼ିଥିଲେ । ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା ।

ଗୁରୁତରମାନଙ୍କୁ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ନେଇ ଥାନାରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ମୃତୁ୍ୟ ଖବର ପ୍ରଚାର ପରେ ତଣ୍ଡରା ନରପଦା ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ଚôବା ଅତ୍ୟନ୍ତ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons