ପୋଲସରା, (ବି.ବି.ନୁ୍ୟଜ୍): ପୋଲସରା ସହରର ବଜାର ସାହି ଛକରେ ଦୀପାବଳି ପୂର୍ବ ଦିନ ବୋମା ମାଡ଼ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଆସିକା ଥାନା ସାହାସପୁର ଗ୍ରାମର ସତ୍ୟ ନାରାୟଣ ପାତ୍ର, କୋଦଳା ଥାନା ଅଞ୍ଚଳର ରୋହିତ ଶଙ୍କର ସେନାପତି ଓରଫ ବୁଡୁ ଓ କୋଦଳା ଥାନା ରାଣୀପନା ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓରଫ ମାନିଆ ଓରଫ ବଡ଼ ମନୋଜ । ସେମାନଙ୍କଠାରୁ ୩ଟି ଅଫୁଟା ବୋମା ଜବତ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି । ସେ କହିଛନ୍ତି ଯେ ବୋମା ମାଡ଼ ଘଟଣାରେ ୭ ଜଣ ସମ୍ପୃକ୍ତି ଥିôବା ତଦନ୍ତରୁ ଜଣାପଡ଼ିଛି । ଆଜି ୩ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଆହୁରି ୪ ଜଣ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତ ଅତି ଶୀଘ୍ର ଧରାପଡ଼ିବେ ବୋଲି ଆଇଆଇସି କହିଛନ୍ତି । ଗତ ୨୬ ତାରିଖରେ ବୋମା ମାଡ଼ ଘଟଣାରେ ୨ ଜଣ ଗୁରୁତର ଆହାତ ହୋଇଥିଲେ । ଏନେଇ ପୋଲସରା ଥାନା କେସ୍ ନଂ ୨୩୩/୧୯ ରୁଜୁ ହୋଇଛି ।


Comments are closed, but trackbacks and pingbacks are open.