ତୃତୀୟ ଶ୍ରେଣୀ ଛାତ୍ରୀକୁ ବଳାକ୍ରାର!

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ୍): ଜଣେ ତୃତୀୟ ଶେଣ୍ରୀ ଛାତ୍ରୀଙ୍କୁ ବଳାକ୍ରାର କରାଯାଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାଞ୍ଚଳରେ । ଆଠ ବର୍ଷର ଜଣେ ଶିଶୁଙ୍କୁ ଗାଁକୁ ଆସିଥିବା ଏକ ଫେରିବାଲା ବଳାକ୍ରାର କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗ୍ରାମବାସୀ ଉତ୍ତମମଧ୍ୟମ ଦେବା ସହ ପୁଲିସ୍ର ଜିମା ଦେଇଛନ୍ତି ।
ଅଭିଯୋଗମତେ ଆଜି ସକାଳେ ଛାତ୍ରୀ ଜଣଙ୍କ ସ୍କୁଲ ଯାଉଥିଲେ । ଏହି ସମୟରେ ଗାଁକୁ ଆସିଥିବା ଫେରିବାଲା ସନ୍ତୋଷ ମାଝୀ(୨୦) ଛାତୀଙ୍କୁ ପାଖକୁ ଡାକିଥିଲା । ଖେଳଣା ଦେବା ଲୋଭ ଦେଖାଇ ଛାତ୍ରୀଙ୍କ ନିକଟତର ହୋଇଥିଲା । ପରେ କିଛି ଖେଳଣା ଓ ଚକୋଲେଟ୍ ଦେଇ ବାପା, ମା’ଙ୍କ ନାମ ପଚାରିଥିଲା । ନାବାଳିକାର ବାପାଙ୍କୁ ଚିହିଁଛି, ଚାଲ ତମ ତିଆରି ହେଉଥିବା ନୂଆ ଘର ଦେଖିବାକୁ ଯିବା କହି ଏକ ଅଧା ତିଆରି ପକ୍କା ଘର୍କୁ ନେଇଯାଇଥିଲା । ସେଠାରେ ଛାତ୍ରୀକୁ ବଳାକ୍ରାର କରିଥିଲା । କୌଣସିମତେ ଛାତ୍ରୀ ଜଣକ ସେଠାରୁ ଖସିଯାଇ ବାପା, ମା’ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ଗାଁ ଲୋକେ ଖୋଜାଖୋଜି କରିଥିଲେ । ହେଲେ ଅଭିଯୁକ୍ତ ଫେରିବାଲା କେଉଁଆଡେ ଲୁଚିଯାଇଥିଲା । ଶେଷରେ ବହୁ ଖୋଜାଖୋଜି ପରେ ଗାଁ ମୁଣ୍ଡ ଏକ ଘରୁ ତାକୁ କାବୁ କରି ଗ୍ରାମବାସୀ ନିର୍ଧୁମ ଛେଚିଥିଲେ । ପୁଲସ୍ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଥିଲା । ଏନେଇ ନାବାଳିକାଙ୍କ ବାପା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟ କହିଛନ୍ତି । ଅଭିଯୁକ୍ତ ଜଣକ ପଟଣାଗଡ଼ ସହର ବ୍ରହ୍ମପୁରା କୁସମପଡ଼ାର ଅଞ୍ଚଳର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons