ହଷ୍ଟେଲ ପରିସରରୁ ଛାତ୍ରର ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ହଷ୍ଟେଲ ପରିସରରେ ଥିବା ଏକ କୁସୁମଗଛରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା କେନ୍ଦ୍ରଗୁମ୍ଫା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ମୃତ ଛାତ୍ରଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀର ଭୀମରାଜ ପଡିଆମି(୧୩) । ତାଙ୍କ ଘର ତେନ୍ତଳିଗୁଡା ଗାଁରେ । ଆଜି ସକାଳେ ପିଲାମାନେ ହଷ୍ଟେଲ ବାହରକୁ ପରିସ୍ରା ପାଇଁ ଯାଇଥିବା ବେଳେ ଗଛରେ ଭୀମଙ୍କ ଝୁଲନ୍ତା ଶବ ଦେଖିଥିଲେ । ଭୟଭୀତ ହୋଇ ସଙ୍ଗେ ସଙ୍ଗେ ପ୍ରଧାନଶିକ୍ଷକ ଶିବବ୍ରତ ସରକାରଙ୍କୁ ଜଣାଇଥିଲେ । ଶିକ୍ଷକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପରେ ଥାନା ଓ ଛାତ୍ରର ବାପାଙ୍କୁ ଜଣାଇଥିଲେ । ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ସନ୍ତୋଷୀ ବାରିକ, ଏଏସ୍ଆଇ ସତ୍ୟନାରାୟଣ ହୋତା, ଏଏସ୍ଆଇ ମହେଶ୍ୱର ବୁଦୁବଡେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମାଲକାନଗିରି ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଥାନାରେ ୩୯/୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଶ୍ରୀ ନାଗ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ତେନ୍ତୁଳିଗୁଡା ଗାଁର ରାମା ପଡିଆମିଙ୍କ ପୁଅ ଭୀମରାଜ ଛାତ୍ରବାସରେ ରହି ପଢ଼ିବାକୁ ରାଜି ନଥିଲେ । ସେ ବାରମ୍ବାର ଲୁଚିଛପି ଛାତ୍ରବାସରୁ ଘରକୁ ପଳାଉଥିଲେ । ମଙ୍ଗଳବାର ରାମ ତାଙ୍କ ପୁଅ ଭୀମଙ୍କୁ ଘରୁ ଆଣି ସ୍କୁଲ ହଷ୍ଟେଲରେ ଛାଡି ଦେଇଥିଲେ । କାଲି କାର୍ତ୍ତିର୍କପୂର୍ଣ୍ଣିମା ଥିବାରୁ ଭୋଜିଖାଇ ଅନ୍ୟ ସାଙ୍ଗମାନଙ୍କ ସହିତ ରାତିରେ ଭୀମ ଶୋଇପଡିଥିଲେ । ଭୋର ୫ଟାରେ ସବୁ ପିଲାଙ୍କ ସହ ଉଠି ସକାଳ ପ୍ରାର୍ଥନା କରିଥିଲେ । ପରେ ଦାନ୍ତ ଘଷିବା ପାଇଁ ଭୀମ ବାହରକୁ ପଳାଇଥିଲେ । ସକାଳ ୭ଟାରେ ଜଣେ ପିଲା ଛାତ୍ରବାସ ନିକଟ କୁସୁମ ଓ ବରଗଛ ମୂଳକୁ ପରିସ୍ରା ପାଇଁ ଯାଇଥିବାବେଳେ ଗଛଡାଳରେ ଭୀମଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ବେକରେ ଗାମୁଛା ଲଗାଇ ଭୀମ ଝୁଲୁଥିବା ଦେଖି ଛାତ୍ରଜଣଙ୍କ ଭୟଭୀତ ହୋଇ ଚିକ୍ରାର କରି ହଷ୍ଟେଲକୁ ଦୌଡି ପଳାଇଥିଲେ । ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ଛାତ୍ରମାନେ ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଭୀମଙ୍କ ପଢିବା ପାଇଁ ଇଛା ନଥିବାବେଳେ ତାଙ୍କୁ ଛାତ୍ରବାସରେ ଛାଡି ଦିଆଯାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ନିଜ ଗାମୁଛାରେ ଫାସି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି । ଛାତ୍ର ଆତ୍ମହତ୍ୟାରେ ଯଦି କିଛି ରହସ୍ୟ ଥାଏ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାଗ କହିଛନ୍ତି । ଅନ୍ୟପକ୍ଷେ ଛାତ୍ରବାସ ପରିସରରେ ବେକରେ ଫାସି ଲଗାଇ ପୁଅର ଆତ୍ମହତ୍ୟା କରିବା ଘଟଣାକୁ ପରିବାର ଲୋକେ ଓ ଗ୍ରାମବାସୀ ସହଜେ ଗ୍ରହଣ କରିପାରୁ ନାହାନ୍ତି । ଛାତ୍ରବାସ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ଏପରି ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଭୀମଙ୍କ ମୃତୁ୍ୟରେ କେନ୍ଦ୍ରଗୁମ୍ଫା ବିଦ୍ୟାଳୟ ଓ ତେନ୍ତୁଳିଗୁଡା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons