ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ଯୌତୁକ ନର୍ଯାତନା ମାମଲାରେ ଫେରାର ସବେରାଙ୍ଗା ଗ୍ରାମର ଅଭିଯୁକ୍ତକୁ ମଙ୍ଗଳବାର ଦାରିଙ୍ଗବାଡ଼ି ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ମନୋଜ ପ୍ରଧାନ ।
ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ଗ୍ରାମର ସୋନାଲି ପ୍ରଧାନଙ୍କୁ ବିବାହ କରିଥିଲେ ମନୋଜ । ତାଙ୍କର ୩ଟି ସନ୍ତାନ ରହିଛନ୍ତି । ଯୌତୁକ ନିର୍ଯାତନା ଦେବାସହ ମନୋଜ ସୋନାଲିଙ୍କୁ ଘରୁ ବାହାର କରିଦେଇଥିଲେ । ଏପରିକି ଅନ୍ୟ ଜଣକୁ ବିବାହ କରି ଗ୍ରାମରୁ ଫେରାର ହୋଇଗଲେ । ସୋନାଲି ଦାରିଙ୍ଗବାଡି ଥାନାରେ ଗତ ବର୍ଷ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ ମାମଲା ନଂ ୧୦୩/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥିଲା । କିଛି ଦିନ ହେବ ମନୋଜ ଘରକୁ ଆସିଥିବା ନେଇ ପୁଲିସ ଖବର ପାଇବା ପରେ ସବେରାଙ୍ଗା ଗ୍ରାମରୁ ତାଙ୍କୁ ଗିରଫ କରିଛି ।


Comments are closed, but trackbacks and pingbacks are open.